ବୋସୱାନାରେ ମିଳିଲା ବିଶ୍ୱର ତୃତୀୟ ବୃହତ୍ତମ ହୀରା । ୧୦୯୮ କ୍ୟାରେଟର ହୀରାକୁ ନେଇ ସାମ୍ବାଦିକ ସମ୍ମିଳନୀରେ କଲେ ବୋସୱାନା ରାଷ୍ଟ୍ରପତି ।

219

କନକ ବ୍ୟୁରୋ: ବୋସୱାନାରେ ବିଶ୍ୱର ଅନ୍ୟତମ ବୃହତ ହୀରା ଆବଷ୍କୃତ ହୋଇଛି  । ଏନେଇ ଦେଶର ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି  । ସିଏନଏନର ରିପୋର୍ଟ ଅନୁସାରେ ୧୦୯୮ କ୍ୟାରେଟର ହୀରା ମିଳିଛି  । ଏହାକୁ ବିଶ୍ୱର ତୃତୀୟ ବୃହତ୍ତମ ହୀରା କୁହାଯାଉଛି  । ବୋସୱାନା ରାଷ୍ଟ୍ରପତି ନିଜେ ଏହାକୁ ସାମ୍ବାଦିକଙ୍କୁ ଦେଖାଇଛନ୍ତି  । ଜାୱାନେଙ୍ଗ ଖଣିରୁ ଚଳିତମାସ ଏହି ହୀରାକୁ ଉତ୍ତୋଳନ କରାଯାଇଥିଲା  । ବିଶ୍ୱର ସବୁଠୁ ବଡ଼ ହୀରା କୁଲିନାନ ହୀରା  । ଏହା ୩୧୦୬ କ୍ୟାରେଟର  । ୧୯୦୫ରେ ଦକ୍ଷିଣ ଆଫ୍ରିକାରେ ଏହି ହୀରା ମିଳିଥିଲା  । ଅବଶ୍ୟ ପରେ କୁଲିନାନ ହୀରାକୁ କାଟି ଖଣ୍ଡ ଖଣ୍ଡ କରାଦିଆଯାଇଥିଲା  । ବ୍ରିଟେନର ରାଜପରିବାରର ମୁକୁଟରେ ଏହି ହୀରାର କିଛି ଅଂଶ ଲଗାଯାଇଥିଲା  । ବିଶ୍ୱର ଦ୍ୱିତୀୟ ବୃହତମ ହୀରା ଲେଜେଡି-ଲା-ରୋନା ୨୦୧୫ରେ ମିଳିଥିଲା  । ଏହି ହୀରା ମଧ୍ୟ ବୋତସୱାନର କାରୋୱି ଖଣିରୁ ମିଳିଥିଲା  । ୨୦୧୭ରେ ଏହାକୁ ୫୩ ମିଲିୟନ ଡଲାରରେ ବିକ୍ରିି କରାଯାଇଥିଲା  ।