କନକ ବ୍ୟୁରୋ :  ଡୋକଲାମ୍ ନିକଟରେ ପ୍ରାୟ ୧ ହଜାର ଘର ନିର୍ମାଣ କରିଛି ଚୀନ୍ । ଭୂଟାନର ଆମୋ ଚୁ ନଦୀ ଉପତ୍ୟକାରେ ଚୀନ ନିଜ ସୈନିକଙ୍କ ପାଇଁ ଏହି ଘର ନିର୍ମାଣ କରିଥିବା ଜଣାପଡ଼ିଛି । ଯାହା ଭାରତୀୟ ସେନା ପାଇଁ ଚିନ୍ତାର ବିଷୟ ହୋଇଛି । କାରଣ ଏହି ଅଞ୍ଚଳ ଭାରତ-ଚୀନ୍-ଭୂଟାନର ତ୍ରୀକୋଣୀୟ ଅଞ୍ଚଳ । ଯେଉଁଠାର ଭାରତର ସିଲିଗୁଡ଼ି କରିଡ଼ର ଚୀନର ପିଏଲଏ ସହ ଏକ ସରଳ ରେଖାରେ ରହିଛି । ଏହି ଅଞ୍ଚଳରେ ୨୦୧୭ରେ ଚୀନ ଓ ଭାରତୀୟ ସେନା ମୁହାଁମୁହିଁ ହୋଇଥିଲେ ।

Advertisment

ଚୀନ ସମ୍ପୃକ୍ତ ଅଞ୍ଚଳରେ ପିଏଲଏ ପାଇଁ ସ୍ଥାୟୀ ବାସଭବନ ନିର୍ମାଣ କରିଛି । ଏହା ସହ କିଛି ଅସ୍ଥାୟୀ ବାସଭବନ ମଧ୍ୟ ତିଆରି ହୋଇଛି । ଯାଗାଯୋଗ ପାଇଁ ଟାୱାର ମଧ୍ୟ ପ୍ରତିଷ୍ଠା କରାଯାଇଛି । ଚୀନର ଏପରି ଘର ତିଆରି ପଛରେ କିଛି ବଡ଼ ଉଦ୍ଦେଶ୍ୟ ରହିଛି ବୋଲି କୁହାଯାଉଛି । ୨୦୧୭ରେ ଯେଉଁ ଅଞ୍ଚଳରେ ଭାରତୀୟ ସେନାଠାରୁ ଚୀନ ସୈନିକମାନେ କଡ଼ ଜବାବ ପାଇଥିଲେ ସେହି ସ୍ଥାନକୁ ପ୍ରବେଶ ଲାଗି ଚୀନ ଏଭଳି ପ୍ରୟାସ କରିଛି । ଭାରତୀୟ ସେନାର ସୁରକ୍ଷାକୁ ଏଡାଇ ଡୋକଲାମର ପଶ୍ଚିମ ପଟେ ଏହାକୁ ନିର୍ମାଣ କରି ନିଜ ନୟନ୍ତ୍ରଣରେ ରଖିବା ପାଇଁ ଏଭଳି ପ୍ରୟାସ କରାଯାଉଥିବା କୁହାଯାଉଛି ।