କନକ ବ୍ୟୁରୋ: ପ୍ରାର୍ଥନା ଚାଲିଥିବା ବେଳେ ଫୁଟିଲା ବୋମା । କେରଳ ଏଣ୍ର୍ଣ୍ରାକୁଲମ କଲାମାସେରି କନଭେନସନ ସେଂଟରରେ ଘଟିଛି ଏହି ଭୟଙ୍କର ବିସ୍ଫୋରଣ । ଏଥିରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୨୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତ ମାନଙ୍କୁ ଚିକିତ୍ସା ପାଇଁ ନିକଟରେ ଥିବା ଏକ ସରକାରୀ ହସପିଟାଲରେ ଭର୍ତି କରାଯାଇଛି । କଲାମାସେରି କନଭେନସନ ସେଂଟରରେ ଆୟୋଜିତ ହୋଇଥିଲା ୩ ଦିନିଆ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଚାଲିଥିବା ବେଳେ ଆଜି ଥିଲା ଏହାର ଶେଷ ଦିନ । କାର୍ଯ୍ୟକ୍ରମ ଆରମ୍ଭ ପୂର୍ବରୁ ଲୋକେ ଏକାଠି ହୋଇ ପ୍ରାର୍ଥନା କରିଥିଲେ । ଏହି ସମୟରେ ବିସ୍ଫୋରଣ ଘଟିଥିଲା । କନଭେନସନ୍ ହଲରେ ପ୍ରାୟ ୨ ହଜାରରୁ ଅଧିକ ଲୋକ ଉପସ୍ଥିତ ଥିଲେ । ସେହିଭଳି ଏହି ବିସ୍ଫୋରଣ କିଭଳି ଘଟିଲା ଓ ଏହି ବିସ୍ଫୋରଣ ଫଛରେ କଣ କାରଣ ରହିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି ।