ହ୍ୱାଟସ୍‌ଆପ୍ ବ୍ୟବହାରକାରୀ ରୁହନ୍ତୁ ସତର୍କ । ୭ ଦିନରେ ଅଦୃଶ୍ୟ ହୋଇଯିବ ହ୍ୱାଟସ୍‌ଆପ ମେସେଜ…..

3,476

କନକ ବ୍ୟୁରୋ : ସାରା ବିଶ୍ୱରେ ବହୁଳଭାବେ ବ୍ୟବହାର ହେଉଛି ହ୍ୱାଟସ୍‌ଆପ୍ ଆପ୍ । ଏହି ମେସେଜିଂ ଆପ୍ ବି ଲୋକମାନଙ୍କ ଭିତରେ ବେସ୍ ଆଦ୍ରୁତ ହେବାରେ ଲାଗିଛି । ହେଲେ ଏବେ ଆପ୍ ରୁ ଏହି ମେସେଜ୍ ଅଟୋମେଟିକ୍ ଡିଲିଟ୍ ହୋଇଯିବ । ଏନେଇ ସୂଚନା ଦେଇଛନ୍ତି ଆପ୍ ନିର୍ମାତା କମ୍ପାନୀ । ଯାହା କି ସର୍ବାଧିକ ୭ ଦିନ ମଧ୍ୟରେ ଆପଣଙ୍କ ମେସେଜ୍ ମୋବାଇଲରୁ ଅଦୃଶ୍ୟ ହୋଇଯିବ ବୋଲି ଜଣାପଡିଛି । ଏହି ସୁବିଧା ଆଣ୍ଡ୍ରଏଡ୍‌, ଆଇଫୋନ୍‌, ହ୍ୱାଟସ୍‌ଆପ୍ ଡେସ୍କଟପ୍ ଓ ହ୍ୱାଟସ୍‌ଆପା ୱେବ ବ୍ୟବହାରକାରୀଙ୍କ ପାଇଁ ଉପଲବ୍ଧ ହେବ । ଡିସାପିୟରିଂ ମେସେଞ୍ଜରର୍ସରେ ବ୍ୟବହାରକାରୀ କୌଣସି ମେସେଜ କାହାକୁ ପଠାଇଲେ ତାହା ୭ ଦିନ ମଧ୍ୟରେ ସ୍ୱୟଂକ୍ରିୟ ଭାବେ ଅଦୃଶ୍ୟ ହୋଇଯିବ । ଏହାସହ ହ୍ୱଟସ୍‌ଆପ୍ ର ଷ୍ଟାଟସ ୨୪ ଘଂଟା ମଧ୍ୟରେ ଅଦୃଶ୍ୟ ହୋଇଯିବ । ବ୍ୟବହାରକାରୀ ମାନଙ୍କୁ ମାନସିକ ଶାନ୍ତି ପ୍ରଦାନ କରିବାକୁ ହ୍ୱାଟସ୍‌ଆପ୍ ଏଭଳି ନିଷ୍ପତ୍ତି ନେଇଛି ।
ବ୍ୟବହାରକାରୀ ମାନେ ଯେଉଁ ମେସେଜ ପାଇଁ ଡିସାପିୟରିଂ ମେସେଜର୍ସ ବିକଳ୍ପ ଚୟନ କରିବେ ତାହା ୭ ଦିନ ପରେ ଅଦୃଶ୍ୟ ହୋଇଯିବ । ହେଲେ ଏହା ପୂର୍ବରୁ ଥିବା ଚାଟ୍ ଉପରେ କୌଣସି ପ୍ରଭାବ ପକାଇବ ନାହିଁ । ଗ୍ରାହକ ମାନେ ଏହି ବିକଳ୍ପ ସୁବିଧା ମୁତାବକ ଅନ୍ କିମ୍ବା ଅପ୍ କରିପାରିବେ । ଏହି ବିକଳ୍ପ ଅନ୍ ଥିବା ବେଳେ ଯେଉଁ ମେସେଜ କରାଯିବ ତାହା ୭ ଦିନ ମଧ୍ୟରେ ସ୍ୱୟଂକ୍ରିୟ ଭାବେ ଅଦୃଶ୍ୟ ହୋଇଯିବ । ଯଦି ଡିସାପିୟରିଂ ମେସେଜସ୍ ଅଫ୍ ଥିବ ତେବେ କୌଣସି ମେସେଜ୍ ଅଦୃଶ୍ୟ ହେବ ନାହିଁ । ମାତ୍ର ଗ୍ରୁପ୍ ଚାଟରେ କେବଳ ଆଡମିନ୍ ଚାହିଁଲେ ଏହି ବିକଳ୍ପ ଚୟନ କରିପାରିବେ । ସଦସ୍ୟ ମାନେ ଏହି ବିକଳ୍ପ ଚୟନ କରିବାର ସୁବିଧା ହ୍ୱାଟସ୍‌ଆପ୍ ପକ୍ଷରୁ ଦିଆଯାଇ ନାହିଁ । ଏକ ଡିସାପିୟରିଂ ମେସେଜରେ ଯେଉଁମାନେ ଜବାବ୍ ଦେଇଥିବେ ସେହି ବର୍ତ୍ତାକୁ ଆପଣ ୭ ଦିନ ପରେ ବି ଦେଖି ପାରିବେ । ଯଦିଓ ଏହି ସୁବିଧା ସବୁ ଗ୍ରାହକଙ୍କ ପାଇଁ ଜାରି କରାଯାଇଛି ମାତ୍ର ଯେଉଁ ଗ୍ରାହକ ମାନେ ନିଜ ହ୍ୱାଟସ୍‌ଆପ୍ କୁ ଅପଡେଟ୍ କରିନଥିବେ ସେମାନେ ଏହି ସୁବିଧାରୁ ବଞ୍ଚିତ ହେବେ । ଚଳିତ ମାସ ଏହି ସୁବିଧା ଗ୍ରାହକ ମାନଙ୍କୁ ଉପଲବ୍ଧ ହେବ ବୋଲି ହ୍ୱାଟସ୍‌ଆପ୍ ପକ୍ଷରୁ କୁହାଯାଇଛି ।