ଗୁଜୁରାଟର ଅହମ୍ମଦାବାଦରେ ହିନ୍ଦୁ ଓ ମୁସଲମାନ ସଂପ୍ରଦାୟର ଏକ ଗଣବିବାହ ଆୟୋଜିତ ହୋଇଥିଲା ଏହି ଗଣବିବାହରେ ୧୧ ଶହ ଦମ୍ପତି ବିବାହ ବନ୍ଧନରେ ଆବଦ୍ଧ ହୋଇ ନୂତନ ଦାମ୍ପତ୍ୟ ଜୀବନ ଆରମ୍ଭ କରିଥିବା ଜଣାଯାଇଛି । ଏକ ଘରୋଇ ଟ୍ରଷ୍ଟ୍ ପକ୍ଷରୁ ଏହି ଗଣବିବାହ ଆୟୋଜିତ ହୋଇଥିଲା । ଏଥିରେ ଉକ୍ତ ଟ୍ରଷ୍ଟ୍ ପକ୍ଷରୁ ନବ ବିବାହିତ ଦମ୍ପତିଙ୍କୁ ପାରମ୍ପରିକ ଭାବେ ଉପହାର ମଧ୍ୟ ପ୍ରଦାନ କରାଯାଇଥିଲା। ଏହି ଘଟଣା ସଂପର୍କରେ ମହମ୍ମଦୀ ବାନୋ ନାମରେ ଜଣେ ବ୍ୟକ୍ତି କହିଛନ୍ତି, ବାସ୍ତବରେ ଏହା ଏକ ମହତ କାମ । ଯେଉଁ ପରିବାରର ଲୋକେ ଦାରିଦ୍ର୍ୟ କାରଣରୁ ନିଜ ସନ୍ତାନମାନଙ୍କୁ ବିବାହ କରାଇ ପାରୁନାହାନ୍ତି, ସେମାନଙ୍କ ପାଇଁ ଏହି କାର୍ଯ୍ୟକ୍ରମ ବହୁତ ଭଲ । ଏଠାକୁ ଆସି ସେ ବହୁତ ଖୁସି ଅନୁଭବ କରିଛନ୍ତି ବୋଲି ମହମ୍ମଦୀ ବାନୋ କହିଛନ୍ତି । ସେ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ନିଜର ପୁଅ ଝିଅଙ୍କର ବାହାଘର କରାଇଛନ୍ତି ।

Advertisment

ସେହିଭଳି ଅନ୍ୟ ଜଣେ ଅଭିଭାବକ କହିଛନ୍ତି, ଏହା ଏକ ଭଲ କାର୍ଯ୍ୟକ୍ରମ । ଏଭଳି ଆୟୋଜନ ଦ୍ବାରା ଗରିବ ଲୋକଙ୍କର ଟଙ୍କା ସଞ୍ଚୟ ହୋଇଯାଇଛି । ସେମାନେ ଏହି ଗଣବିବାହ କାର୍ଯ୍ୟକ୍ରମ ଦ୍ବାରା ଉପକୃତ ହୋଇଛନ୍ତି । ଗଣବିବାହର ସଫଳ ଆୟୋଜନ ପରେ, ଆମେ ସଞ୍ଚିତ ଟଙ୍କାକୁ ଅନ୍ୟ କାମରେ ଲଗାଇ ପାରିବୁ ବୋଲି କହିଛନ୍ତି ଜଣେ ଅଭିଭାବକ । ଜିତେନ୍ଦ୍ର ନାମକ ଅନ୍ୟ ଜଣେ ବ୍ୟକ୍ତି କହିଛନ୍ତି, ଏକ ଭଲ ସଂଗଠନ ହିଁ ଏଭଳି ବଡ଼ କାର୍ଯ୍ୟକ୍ରମ ହାତକୁ ନେଇପାରିବ । ହିନ୍ଦୁ ଓ ମୁସଲମାନ ହାତ ମିଶାଇ କାର୍ଯ୍ୟକ୍ରମକୁ ସଫଳ କରିପାରିଛନ୍ତି ବୋଲି ସେ କହିଛନ୍ତି । ଏହା ଅନ୍ୟ ସଂସ୍ଥାମାନଙ୍କ ଲାଗି ଏକ ଉଦାହରଣ ତିଆରି କରିବ ଏବଂ ଆଗାମୀ ଦିନରେ ଆଉ କେତେକ ସଂଗଠନ ଏପରି ମହତ କାମ ଲାଗି ଆଗେଇ ଆସିବେ ବୋଲି ଅନେକ ଅଂଶଗ୍ରହଣକାରୀ କହିଛନ୍ତି।