କନକ ବ୍ୟୁରୋ : ଆମେରିକାରୁ ପୁଣିଥରେ ଗୁଳିକାଣ୍ଡର ଖବର ଆସିଛି । ଚିକାଗୋ ସହରର ବିଲୋବ୍ରୁକ ଠାରେ କୌଣସି ଅଜଣା ଦୁର୍ବୁତ ଗୁଳି ଚଳାଇବାରୁ ୧୫ ଜଣରୁ ଅଧିକ ଲୋକ ଗୁରୁତର ହୋଇଛନ୍ତି । ଗୋଟିଏ ସ୍ଥାନରେ ୨୦୦-୩୦୦ ଲୋକ ରୁଣ୍ଡ ହୋଇଥିବା ବେଳେ କେହି ଜଣେ ଆଖିବୁଜା ଗୁଳି ଚଳାଇଥିଲା । ସ୍ଥାନୀୟ ଲୋକଙ୍କ କହିବା ମୁତାବକ ଶନିବାର ରାତି ୧୨.୩୦ ମିନିଟ ସମୟରେ ଏହି ଘଟଣା ଘଟିଛି । ହେଲେ ଏପର୍ଯ୍ୟନ୍ତ ଏଭଳି ଘଟଣାକୁ ନେଇ କୌଣସି ଅଧିକାରୀ ସ୍ତରରେ ପୋଲିସ ବୟାନ ଦେଇନାହିଁ ।
ଆମେରିକା ଚିକାଗୋ ସହରରେ ଅଜଣା ବ୍ୟକ୍ତି ଚଳାଇଲେ ଗୁଳି, ୧୫ ଜଣ ଗୁରୁତର
/kanak/media/post_attachments/wp-content/uploads/2023/06/221101083349-chicago-shooting-cop-103122.jpg)