କନକ ବ୍ୟୁରୋ: କଂଗ୍ରେସରେ ତେଜୁଛି ଅସନ୍ତୋଷ । ଜିଲ୍ଲା ସଭାପତି ପରିବର୍ତ୍ତନକୁ ନେଇ କୋରାପୁଟ ପରେ ଦେବଗଡ଼ କଂଗ୍ରେସରେ ଅସନ୍ତୋଷ ।  ରିଆମାଳ ବ୍ଳକର କଂଗ୍ରେସ କର୍ମୀ ସାମୁହିକ ଇସ୍ତଫା ଦେଇଛନ୍ତି ।

Advertisment

ଜିଲ୍ଲାରେ ନବନିଯୁକ୍ତ ଜିଲ୍ଲା ସଭାପତିକୁ ବିରୋଧ କରିଛନ୍ତି ଦଳୀୟ କର୍ମୀ । ସଭାପତି ପରିବର୍ତନ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ଏକ ଚାଟିଆ ନିଷ୍ପତି ବୋଲି ଦଳୀୟ କର୍ମୀ କହିଛନ୍ତି । ଗତ ୧୪ ତାରିଖରେ ଜିଲ୍ଲା ମହିଳା ସଭାନେତ୍ରୀ ମଂଜୁଲତା ନାୟକଙ୍କ ଉପସ୍ଥିତିରେ ଦେବଗଡ଼ ଜିଲ୍ଲା କଂଗ୍ରେସର ୧୯ ଜଣ ଦଳୀୟ ସଂଗଠନର ପଦାଧିକାରୀ ନିଜ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ଆଉ ଏବେ ରିଆମାଳ ବ୍ଲକର ଅନେକ କଂଗ୍ରେସ କର୍ମୀ ଇସ୍ତଫା ଦେଇଛନ୍ତି ।