ସରକାରୀ ଜାଗା ଉପରେ ଚାଲିଛି ଗଣ ଧାରଣା । ଲୋକଙ୍କ ବିରୋଧ ଯୋଗୁଁ ଧାରଣାସ୍ଥଳରୁ ଫେରିଗଲେ ପ୍ରଶାସନିକ ଅଧିକାରୀ । 

Advertisment
ସରକାରୀ ଜାଗା ଉପରେ ଚାଲିଛି ଗଣ ଧାରଣା । ଲୋକଙ୍କ ବିରୋଧ ଯୋଗୁଁ ଧାରଣାସ୍ଥଳରୁ ଫେରିଗଲେ ପ୍ରଶାସନିକ ଅଧିକାରୀ । 

କନକ ବ୍ୟୁରୋ: ସରକାରୀ ଜାଗା ଉପରେ ଗଣଧାରଣା । ଲୋକଙ୍କ ବିରୋଧ ଯୋଗୁଁ ଫେରିଗଲେ ପ୍ରଶାସନିକ ଅଧିକାରୀ । ବାଲେଶ୍ୱର ଭୋଗରାଇ ବ୍ଲକ ଗୋପୀନାଥପୁର ପଞ୍ଚାୟତରେ ସରକାରୀ ଜାଗା ଜବରଦଖଲ ଉଚ୍ଛେଦ ଦାବିରେ ମୁହାଁମୁହିଁ ହୋଇଛନ୍ତି ସ୍ଥାନୀୟ ଲୋକେ ଓ ପ୍ରଶାସନିକ ଅଧିକାରୀ । ଦୀର୍ଘ ଦିନରୁ ସରକାରୀ ଜାଗାରେ ତମ୍ବୁଟାଣି ଗଣଧାରଣା ଦେଇଛନ୍ତି ସ୍ଥାନୀୟ ଗ୍ରାମବାସୀ ।

ପଞ୍ଚାୟତରେ ଥିବା ସରକାରୀ ଜାଗାରୁ ଜବରଦଖଲ ଉଚ୍ଛେଦ କରିବା ପାଇଁ ବାରମ୍ବାର ଭୋଗରାଇ ତହସିଲଦାରଙ୍କ ଦ୍ୱାରସ୍ଥ ହୋଇଛନ୍ତି ଗ୍ରାମବାସୀ । ହେଲେ ପ୍ରଶାସନିକ ବାବୁ ଲୋକଙ୍କ ଅଭିଯୋଗ ଶୁଣିନାହାନ୍ତି । ତେଣୁ ଲୋକମାନେ ଗାଁର ଏକ ସରକାରୀ ଜାଗାରେ ତମ୍ବୁ ଟାଣି ଗଣଧାରଣା ଦେଇଛନ୍ତି । ଧାରଣାସ୍ଥଳରୁ ଲୋକଙ୍କ ଉଠାଇବା ପାଇଁ ଉଦ୍ୟମ କରିଛି ସ୍ଥାନୀୟ ପ୍ରଶାସନ । ତହସିଲଦାରଙ୍କ ଉପସ୍ଥିତିରେ ଲୋକଙ୍କୁ ଉଠାଇବା ପାଇଁ ପ୍ରଶାସନିକ ଟିମ୍ ଉଦ୍ୟମ କରିଥିଲେ । ଗ୍ରାମବାସୀଙ୍କ ବିରୋଧ ଯୋଗୁଁ ଗାଁରୁ ଫେରି ଯାଇଛନ୍ତି ପ୍ରଶାସନିକ ଅଧିକାରୀ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe