କନକ ବ୍ୟୁରୋ: ମଦ ଦୋକାନ ବିରୋଧରେ ହିନ୍ଦୁ ମୁସଲମାନ୍ ମେଣ୍ଟ । ଏକାଠି ଗାଇଲେ ହନୁମାନ ଚାଳିଶା । ମଦ ଦୋକାନୀଙ୍କୁ କ୍ଷୀର ବାଣ୍ଟିଲେ, ଗୋଲାପ ଦେଲେ । ମଦ ଦୋକାନ ବନ୍ଦ କରିବାକୁ ଅଭିନବ ପ୍ରୟାସ । ହିନ୍ଦୁ ମୁସଲମାନ ଏକାଠି ହେଲେ ରମଜାନ୍ ମାସରେ ହିନ୍ଦୁଙ୍କ ସହ ହନୁମାନ ଚାଳିଶା ଗାଇଲେ ମୁସଲମାନ୍ ମହିଳା ଓ ପୁରୁଷ । ମଦ ଦୋକାନୀଙ୍କୁ କ୍ଷୀର ବାଣ୍ଟିବା ସହ ଗୋଲାପ ଦେଇ ସେଠାରୁ ତୁରନ୍ତ ହଟିବାକୁ ଜଣାଇଲେ ଦାବି । ଏପରି ଅଭିନବ ପ୍ରତିବାଦ ଦେଖିବାକୁ ମିଳିଛି ମଧ୍ୟପ୍ରଦେଶ ରାମନଗର ଶାହଜହାନାବାଦ ଅଞ୍ଚଳରେ । ମଦ ଦୋକନ ବନ୍ଦ କରିବାକୁ ଏକାଠି ହୋଇଛନ୍ତି ହିନ୍ଦୁ ଓ ମୁସଲମାନ । ଏବେ ରମଜାନ ମାସ ଚାଲିଥିଲେ ବି ନିଜର ସବୁ କାମକୁ ପଛରେ ପକାଇ ହିନ୍ଦୁଙ୍କ ସହ ହାତ ମିଳାଇଛନ୍ତି ମୁସଲମାନ୍ ଭାଇଭଉଣୀ । ମଦ ଦୋକାନକୁ ଯଥାଶୀଘ୍ର ଉଠାଇବାକୁ ଆରମ୍ଭ କରିଛି ନିଆରା ଢଙ୍ଗରେ ବିରୋଧ । ସମସ୍ତେ ମିଶି ହନୁମାନ ଚାଳିଶା ପାଠ କରିଛନ୍ତି । ଏହାସହ ସେହିବାଟ ଦେଇ ଯାଉଥିବା ଲୋକଙ୍କୁ କ୍ଷୀର ପ୍ୟାକେଟ ବିତରଣ କରିଛନ୍ତି ।

Advertisment

ସ୍ଥାନୀୟ ଲୋକଙ୍କ କହିବା କଥା, ଏଠାରେ ବଡ ହସ୍ପିଟାଲ ଟେ ଅଛି , ସ୍କୁଲ ମଧ୍ୟ ରହିଛି ଯେଉଁଠି ୨୦୦୦ ରୁ ଅଧିକ ପିଲା ପଢୁଛନ୍ତି । ଏହାସହ ପାଖାପାଖି ହନୁମାନ ମନ୍ଦିର ଓ ଅନ୍ୟ ଧାର୍ମିକ ସ୍ଥଳ ଅଛି ଯେଉଁଠାକୁ ସକାଳ ସନ୍ଧ୍ୟାରେ ପୂଜା , ପ୍ରାର୍ଥନା କରିବାକୁ ଲୋକଙ୍କ ସମାଗମ ହେଉଛି । ଏପରି ସ୍ଥଲେ ମଝିରେ ବଡ ବଡ ମଦ ଦୋକାନ ଖୋଲିବା ପୁରା ପରିବେଶକୁ ଖରାପ କରୁଛି । ଏହାଦ୍ୱାରା ଅନେକ ପରିବାର ଉଜୁଡିବା ସହ ଆଗାମୀ ଭବିଷ୍ୟତ ଉପରେ ଖରାପ ପ୍ରଭାବ ପଡିବ । ତେଣୁ ପ୍ରଶାସନ ମଦ ଦୋକାନୀଙ୍କୁ ଯଥାଶୀଘ୍ର ଉଠାଇବାକୁ ଅଞ୍ଚଳବାସୀ ଦାବି କରିଛନ୍ତି ।

‘ମଦ ପିଅନି ବରଂ କ୍ଷୀର ପିଅ’ ବୋଲି ନାରା ଦେଇଛନ୍ତି ହିନ୍ଦୁ ମୁସଲମାନ୍ ସମ୍ପ୍ରଦାୟ । ବାଟୋଇଙ୍କ ସହ ମଦଦୋକାନୀଙ୍କୁ କ୍ଷୀର ପ୍ୟାଟେ୍ ବାଣ୍ଟିବା ସହ ଗୋଲାପ ଫୁଲ ଦେଇ ନିଜ ନିଜ ଦୋକାନକୁ ହଟାଇବାକୁ ବିନମ୍ର ଅନୁରୋଧ କରିଥିଲେ ଆନ୍ଦୋଳନକାରୀ । ପ୍ରଶାସନ ଏ ନେଇ ଯଥାଶୀଘ୍ର ପଦକ୍ଷେପ ନନେଲେ ଏପରି ଆନ୍ଦୋଳନ ଜାରି ରହିବ ବୋଲି ଚେତାବନୀ ଦେଇଛନ୍ତି ମହିଳା ।
ଆନ୍ଦୋଳନର ଏହି ଭିଡିଓ ଭାଇରାଲ ହେବା ପରେ ମଦ ବିରୋଧରେ ହିନ୍ଦୁ ମୁସଲମାନଙ୍କର ଏଭଳି ମେଣ୍ଟକୁ ସାରା ଦେଶରେ ସମର୍ଥନ ମିଳୁଛି ।