କନକ ବ୍ୟୁରୋ: ସଭିଙ୍କ ନିଦ ଭାଙ୍ଗିବା ପୁର୍ବରୁ ରାସ୍ତାରେ ବୋହିଲା ରକ୍ତର ଧାର । କେହି କିଛି ବୁଝିବା ପୁର୍ବରୁ ୪ ରୁ ୫ ଜଣ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ରାସ୍ତାରେ ସଙ୍ଘବଦ୍ଧ ଭାବେ ଗୋଡାଇ ଗୋଡାଇ ଖଣ୍ଡାରେ ଚୋଟ ଉପରେ ଚୋଟ ମାରିଚାଲିଲେ । ଯୁବକଙ୍କ ମୁଣ୍ଡକୁ ଖଣ୍ଡାରେ ହାଣିି ଦୁଇ ଫାଳ କରିବା ପରେ ଘଟଣାସ୍ଥଳରୁ ଫେରାର ହୋଇଗଲେ । ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ବେଳକୁ ରାସ୍ତା ଉପରେ ପଡିଥିଲା ରକ୍ତ ଜୁଡ଼ୁବୁଡ଼ୁ ମୃତଦେହ । ମୃତକ ହେଉଛନ୍ତି ହର୍ଟିକଲଚର ବିଭାଗର କାମ କରୁଥିବା ସୁଶାନ୍ତ ନାୟକ ।
ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ବିଶାଲ ମୃତ ସୁସାନ୍ତଙ୍କ ନାବାଳିକା ଝଆରିଙ୍କୁ ମାସକ ପୂର୍ବରୁ ଅସଦାଚରଣ କରିଥିଲେ । ଏନେଇ କ୍ୟାପିଟାଲ ଥାନାରେ ଲିଖିତ ଅଭିଯୋଗ କରିଥିଲେ ଉକ୍ତ ନାବାଳିକାଙ୍କ ମା । କ୍ୟାପିଟାଲ ଥାନା ପୋଲିସ ମାମଲା ମଧ୍ୟ ରୁଜୁ କରିଥିଲା । ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନଥିଲା ପୋଲିସ । ଆଉ ପ୍ରତିଶୋଧ ପରାୟଣ ହୋଇ ବିଶାଲ ଓ ତାର ସହଯୋଗୀ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟାଇଥିବା କୁହାଯାଉଛି । ତେବେ ସମସ୍ତ ଅଭିଯୁକ୍ତ ଫେରାର ଥିବା ବେଳେ ସଭିଙ୍କ ଚିହ୍ନଟ ପ୍ରକ୍ରିୟା ସରିଛି ଓ ଖୁବ ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି କହିଛନ୍ତି ଭୁବନେଶ୍ୱର ଡିସିପି ।
ତେବେ ଏଠି ପ୍ରଶ୍ନ ଉଠୁଛି-
ପୋଲିସର ଭୁଲ ପାଇଁ ଘଟିଲା କି ଏହି ଜଘନ୍ୟ ହତ୍ୟାକାଣ୍ଡ?
ମାସେ ତଳେ ଦିଆଯାଇଥିବା ଅଭିଯୋଗକୁ କାହିଁକି ଗୁରୁତ୍ୱ ଦେଇନଥିଲା କ୍ୟାପିଟାଲ ଥାନା ପୋଲିସ?
ନାବାଳିକା ଅସଦାଚରଣ ଭଳି ସମ୍ବେଦନଶୀଳ ଘଟଣାରେ କାହିଁକି ନିଆଯାଇନଥିଲା କାର୍ଯ୍ୟାନୁଷ୍ଠାନ?
ଅପରାଧୀଙ୍କର ରହୁନି କି ପୋଲିସ ପ୍ରତି ଭୟ?
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2023/05/7pm-7-7.jpg)