କନକ ବ୍ୟୁରୋ: ପ୍ରଥମେ ହତ୍ୟା ତା ପରେ ନିଆଁ ଲଗାଇ ପୋଡିଦେଲେ । ୬ ମାସର ଶିଶୁ ସହ ପରିବାରର ୪ଜଣଙ୍କୁ ହତ୍ୟା କଲେ । ଏହାପରେ ଅଗଣାରେ ସେମାନଙ୍କ ମୃତଦେହ ରଖି ନିଅାଁ ଲଗାଇଦେଲେ ଦୁର୍ବୃତ୍ତ । ଏଭଳି ଭୟାନକ ଘଟଣା ଘଟିଛି ରାଜସ୍ଥାନ ଯୋଧପୁର ଓସିଆ ଉପଖଣ୍ଡ ଚେରାଇ ଗାଁରେ ।

Advertisment

ସୂଚନା ମୁତାବକ, ପରିବାରର ସମସ୍ତେ ଶୋଇଥିବାବେଳେ ଦୁର୍ବୃତ୍ତ ଘରେ ପଶି ସେମାନଙ୍କୁ ପ୍ରଥମେ ହତ୍ୟା କରିଥିଲେ । ଏହାପରେ ଅଗଣାରେ ଗୋଟିଏ ଜାଗାରେ ସେମାନଙ୍କ ମୃତଦେହ ରଖି ନିଆଁ ଲଗାଇଦେଲେ । ଘଟଣାସ୍ଥଳରେ ଏସପି ଧର୍ମେନ୍ଦ୍ର ସିଂ ଯାଦବ ପହଞ୍ଚି ଘଟଣାର ଯାଞ୍ଚ ଆରମ୍ଭ କରିଛନ୍ତି ।