ସ୍କୁଲ ବନ୍ଦ ପ୍ରସଙ୍ଗରେ ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । କହିଲେ, ଆଇନ ବାହାରକୁ ଯାଇ ସରକାର କିଛି କରୁନାହାନ୍ତି

273

କନକ ବ୍ୟୁରୋ : ସ୍କୁଲ ବନ୍ଦ ନେଇ ଗୃହରେ ଉତ୍ତର ରଖିଲେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ । ମନ୍ତ୍ରୀ କହିଛନ୍ତି, ଉଦେଶ୍ୟ ମୂଳକ ଭାବେ ସରକାର କିଛି କରିନାହାନ୍ତି। ଆଇନ ବାହାରକୁ ଯାଇ କିଛି କରିନାହାନ୍ତି ସରକାର। ଛାତ୍ରୀଙ୍କୁ ଗୁଣାତ୍ମକ ଶିକ୍ଷା ଦେବା ଆମର ଲକ୍ଷ୍ୟ ।

୨୦୧୩ରେ ନୂଆ ନିୟମ ଅନୁସାରେ ନନ ସିଡ୍ୟୁଲ ଅଂଚଳରେ ୪୦ ପିଲା ଓ ସିଡ୍ୟୁଲ ଅଂଚଳରେ ୨୫ ପିଲାରୁ କମ ଥିଲେ ସ୍କୁଲ ବନ୍ଦ ହୋଇପାରିବ। ବର୍ତ୍ତମାନ ରାଜ୍ୟରେ ୬୬ ହଜାର ୫୯୪ ସ୍କୁଲ ଅଛି ଯାହାକି ୨୦୦୨-୦୩ ମସିହାଠୁ ୨୧ ହଜାର ୯୨୫ ସ୍କୁଲ ଅଧିକ । ଛୋଟ ଛୋଟ ବିଦ୍ୟାଳୟକୁ ଏକତ୍ରିକରଣ କରି ବୃହତ ସ୍କୁଲ କଲେ ଶୈକ୍ଷିକ ବାତାବରଣ ଓ ଗୁଣାତ୍ମକ ଶିକ୍ଷା ବୃଦ୍ଧି ପାଇବ ବୋଲି ମନ୍ତ୍ରୀ କହିଛନ୍ତି ।

ଶିକ୍ଷାର ଗୁଣବତ୍ତା ହ୍ରାସ ସମ୍ପର୍କରେ ବିଶ୍ଲେଷଣ କରାଯିବା ପରେ ସଂଖ୍ୟାଧିକ ସ୍କୁଲ ରହିବା ଏକ କାରଣ। ରାଜସ୍ଥାନ, ଝାଡ଼ଖଣ୍ଡ ଭଳି ଓଡ଼ିଶାରେ ଏଭଳି ପଦକ୍ଷେପ ନିଆଯାଇଛି। ଶିକ୍ଷାଦାନର ମାନବୃଦ୍ଧି ଓ ଶୈକ୍ଷିକ ବାତାବରଣ ସୃଷ୍ଟି କରିବା ଉଦେଶ୍ୟ। ଗୋଟିଏ ଜାଗାରେ ପ୍ରାଥମିକ ଓ ମାଧ୍ୟମିକ ଶିକ୍ଷା ପ୍ରଦାନ କରିବା ଆମ ଉଦେଶ୍ୟ ବୋଲି ମନ୍ତ୍ରୀ କହିଛନ୍ତି ।