ୱାୟନାଡରେ ସମୂହ ଶବ ସତ୍କାର ;  ପଢ଼ାଗଲା ବିଭିନ୍ନ ଧର୍ମର ମନ୍ତ୍ର ,  ମିଳିଛି ୨୨୧ ମୃତଦେହ ଓ ୧୬୬ ଖଣ୍ଡବିଖଣ୍ଡିତ ମର ଶରୀର

ୱାୟନାଡରେ ସମୂହ ଶବ ସତ୍କାର ;  ପଢ଼ାଗଲା ବିଭିନ୍ନ ଧର୍ମର ମନ୍ତ୍ର ,  ମିଳିଛି ୨୨୧ ମୃତଦେହ ଓ ୧୬୬ ଖଣ୍ଡବିଖଣ୍ଡିତ ମର ଶରୀର

କନକ ବ୍ୟୁରୋ: ୱାୟନାଡରେ ଅଚିହ୍ନା ଶବଗୁଡ଼ିକର ଏକାଠି ହେଲା ସତ୍କାର । ରବିବାର ସନ୍ଧ୍ୟାରେ ଅଚିହ୍ନା ଶବ ଗୁଡ଼ିକୁ ସମୂହ ସତ୍କାର କଲା ଜିଲ୍ଲା ପ୍ରଶାସନ । ୱାୟନାଡ଼ରେ ଭୟଙ୍କର ଭୂସ୍ଖଳନରେ ମୃତ୍ୟୁ ସଂଖ୍ୟା ସାଢ଼େ ୩ଶହ ଟପିଛି। ଏହାରି ମଧ୍ୟରେ ରହିଛି ଅନେକ ଅଚିହ୍ନା ଶବ। ରବିବାର ରାତିରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଅଚିହ୍ନା ଶବ ଗୁଡ଼ିକର ସମୂହ ସତ୍କାର କରାଯାଇଛି।

କେରଳ ରାଜସ୍ୱ ମନ୍ତ୍ରୀଙ୍କ ସୂଚନା ଅନୁସାରେ,  ୨୨୧ଜଣଙ୍କର ମୃତ ଦେହ ଉଦ୍ଧାର କରାଯାଇଛି। ଏହାସହ ୧୬୬ଟି ଖଣ୍ଡବିଖଣ୍ଡିତ ମରଶରୀର ଉଦ୍ଧାର କରାଯାଇଛି। ଏଥିରେ ଥିବା ଅଚିହ୍ନା ଶବ ଗୁଡ଼ିକର ଏକାଠି ସତ୍କାର କରାଯାଇଛି। ବିଭିନ୍ନ ଧର୍ମ ଅନୁଯାୟୀ ମନ୍ତ୍ର ପାଠ କରାଯାଇ ଏହି ଶବ ସତ୍କାର କରାଯାଇଛି। ସେପଟେ ଆଜି ଉଦ୍ଧାରକାର୍ୟ୍ୟ ସପ୍ତମ ଦିନରେ ପହଞ୍ଚିଛି। ୧୮ଶହରୁ ଅଧିକ ଉଦ୍ଧାରକାରୀ ଉଦ୍ଧାର କାର୍ୟ୍ୟରେ ସାମିଲ ହୋଇଛନ୍ତି। ଅତ୍ୟାଧୁନିକ ଯନ୍ତ୍ରପାତି ସହ ଉଦ୍ଧାର କାର୍ୟ୍ୟରେ ଡ୍ରୋନର ମଧ୍ୟ ସାହାଯ୍ୟ ନିଆଯାଉଛି। ଏବେବି ୨ଶହରୁ ଅଧିକ ଲୋକ ନିଖୋଜ ଅଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe