ଭାରତର କୂଟନୈତିକ ଉଦ୍ୟମକୁ ମିଳିପାରେ ସଫଳତା: ଆଜି ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା ହୋଇପାରେ ଜୈଶ ମୁଖ୍ୟ ମସୁଦ ଅଜହର

ଚୀନ ବିରୋଧ ନ କଲେ ଲାଗିପାରେ ପ୍ରତିବନ୍ଧକ

120

କନକ ବ୍ୟୁରୋ: ଜୈଶ-ଏ-ମହମ୍ମଦର ମୁଖ୍ୟ ମସୁଦ ଅଜହରକୁ ଚାରିଆଡୁ ଘେରିବା ପାଇଁ ଭାରତର ଉଦ୍ୟମ ଜାରି ରହିଛି । ଆଜି ଦୁର୍ଦ୍ଦଷ ଆତଙ୍କବାଦୀ ମସୁଦ ଅଜହରକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିପାରେ ଜାତିସଂଘ । ଯଦି କୌଣସି ସଦସ୍ୟ ରାଷ୍ଟ୍ର ଏଭଳି ଘୋଷଣାକୁ ବିରୋଧ ନ କରନ୍ତି ତାହାହେଲେ ଆଜି ୩ଟା ସୁଦ୍ଧା ଅଜହର ବିରୋଧରେ ପ୍ରତବିନ୍ଧକ ଲଗାଯାଇପାରେ । ଫେବୃଆରୀ ୧୪ରେ ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ ଜୈଶର ଉପରେ ପ୍ରତିବନ୍ଧକ ଲଗାଇବା ପାଇଁ ଆମେରିକା , ବ୍ରିଟେନ ଓ ଫ୍ରାନ୍ସ ପ୍ରସ୍ତାବ ଆଣିଥିଲେ ।

https://www.ndtv.com

ତେବେ ଏହି ପ୍ରସ୍ତାବକୁ ବିରୋଧ କରିପାରେ ଚୀନ । ଚୀନର ଯୁକ୍ତି ହେଲା, ଜୈଶ ସହ ସଂପୃକ୍ତି ନେଇ ମସୁଦ ଅଜହର ବିରୋଧରେ ପର୍ଯ୍ୟାପ୍ତ ପ୍ରମାଣ ନାହିଁ । ଜାତିସଂଘରେ ମସୁଦ ଅଜହର ବିରୋଧରେ ପ୍ରତିବନ୍ଧକ ଲଗାଇବା ପାଇଁ ଚତୁର୍ଥଥର ଲାଗି ପ୍ରସ୍ତାବ ଆସିଛି । ବିଶେଷଜ୍ଞଙ୍କ କହିବା ଅନୁସାରେ, ଯଦି ସାଇଲେନ୍ସ ପିରିୟଡ ଅର୍ଥାତ ଆଜି ସୁଦ୍ଧା କୌଣସି ସଦସ୍ୟ ରାଷ୍ଟ୍ର ଆପତି ନ ଉଠାଉଛନ୍ତି , ତାହାହେଲେ ପ୍ରତିବନ୍ଧିତ ସୂଚୀରେ ମସୁଦ ଅଜହରକୁ ରଖାଯିବ ଓ ପରେ ସୁରକ୍ଷା ପରିଷଦ ଦ୍ୱାରା ଅନୁମୋଦନ କରାଯିବ । ସୁରକ୍ଷା ପରିଷଦର ପ୍ରତିବନ୍ଧକ ସମିତିରେ ୧୫ ଜଣ ସଦସ୍ୟ ରହିଛନ୍ତି ।

ପ୍ରତିବନ୍ଧକ ଲଗାଇବାକୁ ହେଲେ ସମସ୍ତ ସଦସ୍ୟଙ୍କୁ ଆପତି ପତ୍ର ଦେବାକୁ ପଡିବ । ଏଥିପାଇଁ କୌଣସି ବୈଠକ ହେବ ନାହିଁ । ଦିନ ୨ଟା ସୁଦ୍ଧା ଆପତି ପତ୍ର ନ ଆସିଲେ ମସୁଦ ଅଜହରଙ୍କୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରାଯିବ ସହ ପ୍ରତିବନ୍ଧକ ଲଗାଯିବ । ଏ ନେଇ ଜାତିସଂଘ ସୁରକ୍ଷା ପରିଷଦ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯିବ । ସେପଟେ ଏକ ଗୁରୁତ୍ୱପୂର୍ଣ୍ଣ ଘଟଣାକ୍ରମରେ ଆମେରିକା ଏ କ୍ଷେତ୍ରରେ ଭାରତକୁ ସମର୍ଥନ କରିଛି ।