ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷିତ ହେଲା ପୁଲୱାମା ଆକ୍ରମଣର ମାଷ୍ଟରମାଇଣ୍ଡ ମସୁଦ୍ ଆଝାର ! ଘୋଷଣା କଲା ଜାତିସଂଘ

1,078

ଭାରତ ଏକ ବୃହତ କୂଟନୈତିକ ବିଜୟ ହାସଲ କରିଛି । ପାକିସ୍ତାନୀ ଆତଙ୍କବାଦୀ ତଥା ଜୈଶ- ଏ -ମହମ୍ମଦ ଆତଙ୍କବାଦୀ ସଂଗଠନର ପ୍ରତିଷ୍ଠାତା ମାସୁଦ ଆଝାରକୁ ଜାତିସଂଘ ଏକ ଅନ୍ତର୍ଜାତୀୟ ଆତଙ୍କବାଦୀ ଭାବେ ଘୋଷଣା କରିଛି । ଜାତିସଂଘରେ ଅବସ୍ଥାପିତ ଭାରତର ସ୍ଥାୟୀ ରାଷ୍ଟ୍ରଦୂତ ସୟଦ ଆକବରୁଦ୍ଦିନ ଏ ସଂପର୍କରେ ଟ୍ଵିଟ କରି ଜଣାଇଛନ୍ତି । ବିଗତ କିଛି ବର୍ଷ ଧରି ଭାରତ ଏଥିପାଇଁ ଉଦ୍ୟମ କରିଆସୁଥିଲେ ମଧ୍ୟ ଚୀନର ବିରୋଧ ଯୋଗୁଁ ଏହା ସମ୍ଭବ ହୋଇପାରୁନଥିଲା । କିନ୍ତୁ ଚୀନ ନିଜ ଆଭିମୁଖ୍ୟକୁ କୋହଳ କରିବା ପରେ ଏହା ସମ୍ଭବ ହୋଇପାରିଛି ।

Modern Diplomacy

ଖବର ମୁତାବକ , ଚୀନ୍ ଏଥର ମସୁଦକୁ ବଚାଂଇବା ପାଇଁ ଭିଟୋ ପାୱାରର ବ୍ୟବହାର କରିନାହିଁ । ସଂଯୁକ୍ତ ରାଷ୍ଟ୍ରର ନିଷ୍ପତ୍ତି ପରେ ପାକ୍ କୁ ମସୁଦ୍ ଆଝାର ଉପରେ ଆର୍ଥିକ ପ୍ରତିବନ୍ଧ ଲଗାଇବାକୁ ପଡିବ ।

୧୯୯୯ରେ ଏୟାର ଇଣ୍ଡିଆ ବିମାନ ଅପହରଣ ପରେ ବନ୍ଧକ ରଖାଯାଇଥିବା ଯାତ୍ରୀମାନଙ୍କ ବଦଳରେ ଭାରତ ସରକାର ଜାମ୍ମୁ ଜେଲରେ ଥିବା ଆଝାରକୁ ଛାଡିଥିଲେ । ଏହା ପରେ ସେ ଜୈଶ ସଂଗଠନ ଗଠନ କରି ୨୦୦୧ ଭାରତ ର ସଂସଦ ଉପରେ ଆକ୍ରମଣ କରିଥିଲା । ଏହାର ପରବର୍ତ୍ତି ବର୍ଷରେ ଜାମ୍ମୁ ଓ କାଶ୍ମୀର ଓ ଭାରତର ଅନ୍ୟସ୍ଥାନରେ ହୋଇଥିବା ଅନେକ ଆତଙ୍କବାଦୀ ଆକ୍ରମଣ ପଛରେ ଜୈଶର ହାତ ଥିଲା । ଗତ ଫେବ୍ରୁଆରୀ ମାସରେ ଭାରତରେ ହୋଇଥିବା ପୁଲଓ୍ଵାମା ଆକ୍ରମଣ ପଛରେ ବି ଏହି ସଂଗଠନର ହାତ ଥିଲା ।

ଗତ ପ୍ରାୟ ୧୦ ବର୍ଷରୁ ଅଧିକ ସମୟ ଧରି ଭାରତ ମାସୁଦକୁ ବିଶ୍ୱ ଆତଙ୍କବାଦୀ ଘୋଷଣା କରିବାକୁ ଲାଗିଥିଲା । କିନ୍ତୁ ପ୍ରତିଥର ଚୀନର ବିରୋଧ ଯୋଗୁଁ ଏହା ହୋଇପାରୁନଥିଲା ।

Comments are closed.