UNSC ରେ ଭୋଟିଙ୍ଗ୍ ପୂର୍ବରୁ ଚୀନ୍ ପୁଣି ମସୁଦ୍ ଅଜହର୍ ଉପରେ ମାଗିଲା ପ୍ରମାଣ , ଭାରତ ମଧ୍ୟ ପ୍ରମାଣ ଦେବା ପାଇଁ ପ୍ରସ୍ତୁତ ।

310

ପୁଲୱାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ତଥା ଜୈସ୍ –ଏ- ମହମ୍ମଦ ମୁଖ୍ୟ ମସୁଦ୍ ଅଜହରର ବଚିଂବା ଏବେ କାଠିକର ପାଠ ହୋଇଗଲାଣି । ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ପରିଷଦ ବୈଠକରେ ମସୁଦ୍ ଅଜହରକୁ ଗ୍ଲୋବାଲ୍ ଆତଙ୍କବାଦୀ ରୁପେ ଆଜି ମୋହର ଲାଗିପାରେ । ଏହି ମୋହରକୁ ନେଇ ଏବେ ଭାରତ ସମ୍ପୁର୍ଣ୍ଣ ଭାବେ ନିଜକୁ ପ୍ରସ୍ତୁତ କରୁଛି । ସୂତ୍ର ଅନୁସାରେ ଭାରତ ତରଫରୁ UNSC ରେ ଠୋସ୍ ପ୍ରମାଣ ପ୍ରଦାନ କରାଯିବ । ଆପଣଙ୍କୁ କହିରଖୁଛୁ ଏହା ପୂର୍ବରୁ ପ୍ରଦାନ କରାଯାଇଥିବା ପ୍ରସ୍ତାବ ଉପରେ ଚୀନ୍ ନିଜର ଭିଟୋ ପାୱାର ବ୍ୟବହାର କରି ଏଥିରେ ହସ୍ତକ୍ଷେପ କରୁଥିଲେ । ଏଥର ବି ଚୀନ୍ ମସୁଦ୍ ଅଜହର ବିପକ୍ଷରେ ପ୍ରମାଣ ମାଗୁଛି । ଚୀନର ଏହି ଜବାବରେ ଭାରତ ତରଫରୁ ପ୍ରମାଣ ଦିଆଯିବ ।

ଭାରତ ଏଥର ମସୁଦ୍ ଅଜହରର ଅନେକ ଟେପ୍ ଏବଂ ଜୈସ୍ –ଏ- ମହମ୍ମଦର ଅନ୍ୟ ଟେପ୍ ସଂଯୁକ୍ତ ରାଷ୍ଟ୍ରକୁ ହସ୍ତାନ୍ତର କରିବେ । ଭାରତ ତରଫରୁ ଯେଉଁ ଟେପ୍ ଦିଆଯିବ ସେଥିରେ ମସୁଦ୍ ଅଜହର ନିଜକୁ ଜୈସ୍ –ଏ- ମହମ୍ମଦର ପ୍ରମୁଖ ବୋଲି କହୁଥିବାର ଶୁଣାଯାଉଛି । ଏହା ପୂର୍ବରୁ ଯେତେବେଳେ ଟଘଝଉ ରେ ପ୍ରସ୍ତାବ ଦିଆଗଲା ସେତେବେଳେ ଚୀନ୍ ତରଫରୁ ମସୁଦ୍ ଅଜହର ଉପରେ ପ୍ରମାଣ ନଥିବା କଥା କୁହାଯାଇଥିଲା । କିନ୍ତୁ ଚୀନ୍ ମସୁଦ୍ ଉପରେ ବ୍ୟାନ୍ ନଲଗାଇବା ପାଇଁ ମନା କରିନାହିଁ ।