ପୁଲୱାମା ଆକ୍ରମଣ ନୁହଁ ବରଂ ଏହି କାରଣରୁ ୟୁଏନ୍ ମସୁଦ୍ ଅଜହରକୁ ଘୋଷିତ କଲା ଅର୍ନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ।

1,078

ଏକ ଦଶକର ପ୍ରୟାସ ପରେ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦର ପ୍ରତିଷ୍ଠାତା ମସୁଦ୍ ଆଝାରକୁ ୟୁଏନଏସସି ବିଶ୍ୱ ଆତଙ୍କବାଦୀ ରୁପେ ଘୋଷଣା କରିସାରିଛି । ଖାସ୍ କଥା ହେଉଛି କି ଭାରତ ମସୁଦକୁ ପୁଲୱାମା ଆକ୍ରମଣ ପରେ ବିଶ୍ୱ ଆତଙ୍କୀ ଭାବେ ଘୋଷଣା କରାଯିବା କଥା କହିଥିଲେ ହେଁ ୟୁଏନ୍ ୱେବସାଇଟରେ ଏହାର କୌଣସି ପ୍ରତିକ୍ରିୟା ରଖାଯାଇନାହିଁ । ୧୪ ଫେବୃୟାରୀ ୨୦୧୯ ରେ ହୋଇଥିବା ଏହି ଆକ୍ରମଣରେ ୪୦ ଜଣ ଯବାନ ସହିଦ୍ ହୋଇଯାଇଥିଲେ ।

Pakistan Today

ପୁଲୱାମା ଆକ୍ରମଣ ପରେ ଆମେରିକା,ବ୍ରିଟେନ୍ ,ଫ୍ରାନ୍ସ ପକ୍ଷରୁ ଯେଉଁ ପ୍ରସ୍ତାବ ଦିଆଯାଇଥିଲା ସେଥିରେ ପୁଲୱାମା ଆକ୍ରମଣର ବିଷୟରେ କୁହାଯାଇଥିଲା । କିନ୍ତୁ ଏଥିରେ ଚୀନ୍ କୁ ଆପତ୍ତି ଥିଲା । ଭାରତ,ଚୀନ୍ ଏବଂ ପାକ୍ ମଧ୍ୟରେ ଏନେଇ ବଚଡା ହୋଇଥିଲା । ପରେ ପୁଲୱାମା ସଂନ୍ଦର୍ଭ ହଟାଇବା ପରେ ଚୀନ୍ ନିଜ ଭିଟୋ ପାୱାରକୁ ହଟାଇଥିଲା । ତେବେ ମସୁଦ୍ ଉପରେ ଚୀନ୍ ୪ ଥର ଭିଟୋ ପାୱାର ଲଗାଇଛି । ଭାରତୀୟ ସୂତ୍ରରୁ ଜାଣିବାକୁ ମିଳିଛି ଯେ ସମୁଦ୍ ଉପରେ ବିଶ୍ୱ ଆତଙ୍କୀ ଘୋଷଣା କରିବାରେ ଭାରତ ୧୦ ବର୍ଷ ହେଲା ପ୍ରୟାସ କରିଆସୁଥିଲା । ସଂଯୁକ୍ତ ରାଷ୍ଟ୍ରରେ ଭାରତର ରାଜଦୁତ ସେୟଦ୍ ଅକବରୁଦ୍ଦୀନ୍ ଗଣମାଧ୍ୟମକୁ କହିଥିଲେ ଏହା କୁଟନୀତିକ ଏବଂ ସମସ୍ତଙ୍କ ମିଳିତ ପ୍ର୍ରଚେଷ୍ଟାରେ ମସୁଦ୍ କୁ ଅର୍ନ୍ତରାଷ୍ଟ୍ରୀୟ ଆତଙ୍କବାଦୀର ମାନ୍ୟତା ଦିଆଯାଇଛି ।