କନକ ବ୍ୟୁରୋ : ୟୁଏପିଏ ବିଲ ଆଇନରେ ପରିଣତ ହେଲେ ପ୍ରଥମେ ଆତଙ୍କବାଦୀ ଘୋଷିତ ହେବେ ଆଫିଜ ସୟିଦ ଓ ମାସୁଦ ଅଜହର । ଏଥିପାଇଁ ଭାରତ ତିଆରି କରୁଛି ମାଷ୍ଟରପ୍ଲାନ୍ । ଭାରତର ଆତଙ୍କବାଦ ବିରୋଧୀ ଆଇନରେ ପ୍ରସ୍ତାବିତ ସଂଶୋଧନ ଲାଗୁ ହେବା ପରେ ସର୍ବପ୍ରଥମେ ଏହି ଦୁଇ କୁଖ୍ୟାତ ଆତଙ୍କବାଦୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ବେଆଇନ ଗତିବିଧି ସଂଶୋଧନ ବିଧେୟକ ୨୦୧୯ ଲୋକସଭାରେ ପାରିତ ହୋଇଛି । ଏବେ ଅପେକ୍ଷା ରାଜ୍ୟସଭାକୁ । ତେବେ ଏହି ବିଲକୁ ନେଇ ଗୃହରେ ଅନେକ ହଙ୍ଗାମା ହୋଇଥିଲା । ବିଶେଷ କରି କଂଗ୍ରେସ, ଡିଏମକେ ଓ ତୃଣମୂଳ କଂଗ୍ରେସ ବିଲ ବିରୋଧରେ ଲୋକସଭାରେ ୱାକଆଉଟ କରିଥିଲେ ।
ତେବେ ରାଜ୍ୟସଭାରେ ୟୁଏପିଏ ବିଲ ପାରିତ ହେବା ପରେ , ଯଦି କେଉଁମାନଙ୍କୁ ଆତଙ୍କବାଦୀ ଘୋଷଣା କରାଯାଏ ତାହେଲେ ସେମାନଙ୍କ ଉପରେ ଅନେକ କଟକଣା ଲାଗିଥାଏ । ଯାତ୍ରା ଉପରେ ପ୍ରତିବନ୍ଧକ ଲାଗିବା ସହ ସେମାନଙ୍କ ସମ୍ପତି ବି ଜବତ ହୋଇପାରେ । ତେବେ ଏହି ତାଲିକାର ପ୍ରଥମରେ ଅଛନ୍ତି ୨୦୦୮ ମୁମ୍ବାଇ ଆକ୍ରମଣର ମାଷ୍ଟରମାଇଷ୍ଟ ହାଫିଜ ସୟିଦ ଓ ୨୦୦୧ ସଂସଦ ହାମଲାର ମୋଷ୍ଟ ୱାଂଟେଡ ମାସୁଦ ଅଜହର ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/07/TERROR.jpg)