ଏମାନଙ୍କୁ ମାସ୍କ ମନା । କେନ୍ଦ୍ର ସରକାରଙ୍କ ସାନି କୋଭିଡ ଗାଇଡଲାଇନ୍ ।

3,546

କନକ ବ୍ୟୁରୋ: କେନ୍ଦ୍ର ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ କୋଭିଡ ସମ୍ପର୍କିତ ସାନି ଗାଇଡ ଲାଇନ୍ ଜାରି କରାଯାଇଛି । ଏହି ଗାଇଡଲାଇନ୍ ଅନୁଯାୟୀ, ୫ ବର୍ଷ ଏବଂ ତା’ ଠାରୁ କମ ବୟଷର ଶିଶୁଙ୍କ ପାଇଁ ମାସ୍କ ବ୍ୟବହାରକୁ ବାରଣ କରାଯାଇଛି । ୬ରୁ ୧୧ ବର୍ଷର ଶିଶୁ ମାସ୍କ ପିନ୍ଧି ପାରିବେ । ତେବେ ସେମାନେ ଯେପରି ସଠିକ୍ ଭାବେ ମାସ୍କକୁ ବ୍ୟବହାର କରନ୍ତି , ସେଥିପ୍ରତି ଅଭିଭାବକ ମାନେ ନଜର ଦେବାକୁ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।

୧୮ ବର୍ଷରୁ କମ୍ ବୟସର ସଂକ୍ରମିତଙ୍କ ପାଇଁ ମୋନୋକ୍ଲୋନାଲ ଆଣ୍ଟିଭାଇରାଲ ମେଡିସିନର ଆବଶ୍ୟକତା ନାହିଁ ବୋଲି କୁହାଯାଇଛି । ସାମାନ୍ୟ ଲକ୍ଷଣ ଥିବା କୋଭିଡ ଆକ୍ରାନ୍ତଙ୍କ ପାଇଁ ଷ୍ଟେରଏଡ ବ୍ୟବହାରକୁ ମଧ୍ୟ ମନା କରାଯାଇଛି । ତେବେ ଆବଶ୍ୟକ ପଡିଲେ ଡାକ୍ତରଙ୍କ ପରାମର୍ଶ କ୍ରମେ ଷ୍ଟେରଏଡ ସେବନ କରିହେବ ବୋଲି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ।