କନକ ବ୍ୟୁରୋ: କୋଭିଡ୍ ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗକୁ ନେଇ ରାଜ୍ୟରେ ଜୋର ଧରିଛି ରାଜନୀତି । ଆଜି ଏ ନେଇ ବିରୋଧୀ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି । ମନ୍ତ୍ରୀ ନବ ଦାସଙ୍କ ଇସ୍ତଫା ଦାବି କରିଛନ୍ତି । ଦଳ ଅଜି ଅଭିଯୋଗ କରିଛି ମନ୍ତ୍ରୀ ଏ ବିଷୟରେ କିଛି ଜାଣି ନାହାନ୍ତି । ରାଜ୍ୟ ସରକାର ମାସ୍କକୁ ୧୬ ଟଙ୍କାରେ କିଣିଥିବାବେଳେ ଅନ୍ୟ ରାଜ୍ୟ ଏହାକୁ ଆହୁରି କମ ଦରରେ କଣିଛନ୍ତି । ସରକାର ଏ ବାବଦରେ ଶୀଘ୍ର ମତ ନ ରଖିଲେ କଂଗ୍ରେସ ଲୋକଙ୍କ ପାଖକୁ ଯିବ ବୋଲି ଚେତବନୀ ଦେଇଛି ଦଳ । ସେପଟେ ଏହି ପ୍ରସଙ୍ଗରେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି ବିଜେପି । ଦଳ ମନ୍ତ୍ରୀଙ୍କୁ ୫ଟି ପ୍ରଶ୍ନ ପଚାରିଛି ।
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Follow Us