କନକ ବ୍ୟୁରୋ: କୋଭିଡ୍ ସାମଗ୍ରୀ କିଣାରେ ଦୁର୍ନୀତି ଅଭିଯୋଗକୁ ନେଇ ରାଜ୍ୟରେ ଜୋର ଧରିଛି ରାଜନୀତି । ଆଜି ଏ ନେଇ ବିରୋଧୀ  ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଘେରିଛନ୍ତି । ମନ୍ତ୍ରୀ ନବ ଦାସଙ୍କ ଇସ୍ତଫା ଦାବି କରିଛନ୍ତି । ଦଳ ଅଜି ଅଭିଯୋଗ କରିଛି ମନ୍ତ୍ରୀ  ଏ ବିଷୟରେ କିଛି ଜାଣି ନାହାନ୍ତି ।  ରାଜ୍ୟ ସରକାର ମାସ୍କକୁ ୧୬ ଟଙ୍କାରେ କିଣିଥିବାବେଳେ  ଅନ୍ୟ ରାଜ୍ୟ ଏହାକୁ  ଆହୁରି କମ ଦରରେ କଣିଛନ୍ତି ।  ସରକାର ଏ ବାବଦରେ ଶୀଘ୍ର  ମତ ନ ରଖିଲେ  କଂଗ୍ରେସ ଲୋକଙ୍କ ପାଖକୁ ଯିବ ବୋଲି ଚେତବନୀ ଦେଇଛି ଦଳ । ସେପଟେ ଏହି ପ୍ରସଙ୍ଗରେ  ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଟାର୍ଗେଟ କରିଛି  ବିଜେପି । ଦଳ ମନ୍ତ୍ରୀଙ୍କୁ  ୫ଟି ପ୍ରଶ୍ନ ପଚାରିଛି ।