ମାସ୍କ ତିଆରି ଯୋଗାଉଛି ରୋଜଗାର । ଘର କାମ ସାରି ମାସ୍କ ତିଆରି କାମରେ ଲାଗି ପଡୁଛନ୍ତି ସତ୍ୟବାଦୀ ବ୍ଲକର ଗାଦିବ୍ରହ୍ମ ଓ ମା କାଳୀ ମହିଳା ସମିତିର ସଦସ୍ୟା ।

131

କନକ ବ୍ୟୁରୋ: ସାରା ବିଶ୍ୱରେ ଏବେ କରୋନା ର ମହାମାରି ର ଦିତିୟ ଲହରି ପାଈଁ ଚିନ୍ତା ରେ , ପ୍ରତ୍ୟେକ ଦିନ ବଢିବାରେ ଲଗିଛି କରୋନା ଆକ୍ରାନ୍ତ କଂ ସଂଖ୍ୟା ଅନେକ ଲୋକଙ୍କ ଜୀବନ ଓ ଜିବିକା ଛଡେଇ ନେଇ ସାରିଲେଣି ଏ କରୋନା ମହାମାରି ,ସମସ୍ତେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲେଣି ସରକାର. ଏହାରି ଭିତରେ ସତ୍ୟବାଦୀ ବ୍ଲକର ଓ ପରଜାପଡା ଗାଦିବ୍ରହ୍ମ ମହିଳା ସମିତି ଓ ଜଦୁପୁର ମା କାଳି ମହିଳା ସାମିତି ର କିଛି ମହିଳା ମାନେ ନିଜର ଘର କାମ ସାରି ଲାଗିପଡିଛନ୍ତି ମାସ୍କ ତିଆରି କାମରେ ବଜାର ରେ ମିଳୁଥିବା ମାସ୍କ ଠାରୁ ଉର୍ନତ ମାନର ସହିତ କମ ଦାମରେ ଓଡିଶା ତଥା ଓଡିଶା ବାହାର ରାଜ୍ୟ ରେ ବିକ୍ରି କରି ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି ।

କୋଭିଡ ସ୍ଥିତି ବେଳେ ମାସ୍କ ଏବେ ଏକ ଅତ୍ୟାବଶ୍ୟକ ଦ୍ରବ୍ୟ ପାଲଟିଛି । ବାହାରକୁ ବାହାରିବା ମାତ୍ରେ ମାସ୍କଟିଏ ନିହାତି ଜରୁରୀ ହୋଇପଡ଼ିଛି । କରୋନାରୁ ରକ୍ଷା ପାଇଁ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି ସରକାର । ବିଭିନ୍ନ ପ୍ରକାରର ମାସ୍କ ବଜାରରେ ମିଳୁଥିବା ବେଳେ ହାତ ତିଆରି ମାସ୍କର ମଧ୍ୟ ଚାହିଦା ରହିଛି । ସତ୍ୟବାଦୀ ବ୍ଲକ ପରଜାପଡାର ଗାଦିବ୍ରହ୍ମ ମହିଳା ସମିତି ଓ ଜଦୁପୁରର ମା କାଳି ମହିଳା ସାମିତିର ମହିଳା ମାନେ ନିଜର ଘର କାମ ସାରି ମାସ୍କ ତିଆରିରେ ଲାଗିପଡିଛନ୍ତି । ଏହି ମାସ୍କକୁ ୧୦ରୁ ୧୨ ଟଙ୍କାରେ ବିକ୍ରି କରି ରୋଜଗାର ବି କରୁଛନ୍ତି । ସମ୍ବଲପୁରୀ କପଡ଼ା କିଣି ମାସ୍କ ତିଆରି କରିବା ସହ ବିଭିନ୍ନ ସହରରେ ଏହାକୁ ବିକ୍ରି କରୁଛନ୍ତି । ରାଜ୍ୟ ବାହାରକୁ ମଧ୍ୟ ବିକ୍ରି ହେବା ପାଇଁ ଯାଉଛି ଏହି ମାସ୍କ ।

କରୋନା ଅନେକ ଲୋକଙ୍କ ଜୀବିକା ଛଡ଼େଇ ନେଇଛି । ଏହାସହ ରୋଜଗାରର ଅନ୍ୟ ସୁଯୋଗ ମଧ୍ୟ ଆସିଛି । ମାସ୍କ ତିଆରି ମହିଳା ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟାଙ୍କୁ ରୋଜଗାର ଦେଇଛି । ଦିନକୁ ୨ ରୁ ୩ ଘଂଟା କାମ କରି ଶହେରୁ ଦେଢ଼ ଶହ ଟଂକା ରୋଜଗାର କରିପାରୁଛନ୍ତି । ୩୦ରୁ ୩୫ ଜଣ ମହିଳା ଏହି ମାସ୍କ ତିଆରି କରୁଛନ୍ତି । ବଜାରରେ ମିଳୁଥିବା ମାସ୍କ ଠାରୁ ୁ ଉନ୍ନତ ମାନର ମାସ୍କ ତିଆରି କରୁଛନ୍ତି ଏମାନେ । କମ୍ ଦାମରେ ଓଡିଶା ତଥା ଓଡିଶା ବାହାର ରାଜ୍ୟରେ ବିକ୍ରି କରି ନିଜର ଏକ ପରିଚୟ ସୃଷ୍ଟି କରିପାରିଛନ୍ତି । କରୋନା କାଳରେ ନିଜେ ସ୍ୱାବଲମ୍ବି ହେବା ସହ ପରିବାର ପାଇଁ ଦୁଇ ପଇସା ରୋଜଗାର କରିପାରୁଛନ୍ତି ।