ମାସ୍କ ଚେକିଂ ବେଳେ ମାନବିକତା ଭୁଲିଗଲା ପୁଲିସ : ଚାନ୍ଦବାଲି ଆରଡି ଫାଣ୍ଡିରେ ଯୁବକଙ୍କୁ ମାଡ

Advertisment
ମାସ୍କ ଚେକିଂ ବେଳେ ମାନବିକତା ଭୁଲିଗଲା ପୁଲିସ : ଚାନ୍ଦବାଲି ଆରଡି ଫାଣ୍ଡିରେ ଯୁବକଙ୍କୁ ମାଡ

କନକ ବ୍ୟୁରୋ : ମାସ୍କ ଚେକିଂ ନାଁରେ ଯୁବକଙ୍କୁ ମାଡ଼ ମାରିଲେ ପୁଲିସ ବାବୁ । ଯୁବକଙ୍କୁ ତଳେ ପକାଇ ୫ରୁ ଅଧିକ ପୁଲିସ ମାଡ଼ ମାରୁଛନ୍ତି । ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି । ଘଟଣାଟି ଭଦ୍ରକ ଚାନ୍ଦବାଲି ଆରଡ଼ି ଫାଣ୍ଡି ପରିସରରେ ଘଟିଛି । ଶନିବାର ଦିନର ଘଟଣା ବୋଲି ଜଣାପଡ଼ିଛି । ବେତାଳି ଗାଁର ଜଣେ ଯୁବକ ମନ୍ଦିର ଦର୍ଶନ ପାଇଁ ଯାଇଥିବା ବେଳେ ମାସ୍କ ପିନ୍ଧିନଥିବା କାରଣରୁ ପୋଲିସ ତାଙ୍କୁ ଫାଣ୍ଡିକୁ ନେଇ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ନିର୍ଦ୍ଧୁମ ମାଡ଼ ମାରିବା ପରେ ପୋଲିସ ବାବୁଙ୍କ ମନ ବୁଝି ନଥିଲା, ବରଂ ଯୁବକଙ୍କ ନାଁରେ ହତ୍ୟା ଉଦ୍ୟମ ଭଳି ସଙ୍ଗୀନ ଦଫା ଲଗାଇ ତାଙ୍କୁ ଗିରଫ କରାଯାଇଛି ।

ତେବେ ମାସ୍କ ଚେକିଂ ନାଁରେ ପୁଲିସ ସଚେତନ କରିବା ବଦଳରେ କରୋନା ଠାରୁ ଆହୁରି ଭୟଙ୍କର ହେଉଥିବାରୁ, ଚାରିଆଡ଼େ ଜନ ଅସନ୍ତୋଷ ବୃଦ୍ଧି ପାଇବାରେ ଲାଗିଛି । ବଡ଼ କଥା ହେଲା ନିଜେ ପୁଲିସ ବାବୁ ନାକ ଓ ପାଟି ତଳକୁ ମାସ୍କ ଖସାଇ ପିନ୍ଧିବା ଏବଂ ଜଣେ ଅଧିକାରୀ କେବଳ ଗାମୁଛା ଏବଂ ଗଞ୍ଜି ପିନ୍ଧି ଆକ୍ରମଣ କରିଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe