କନକ ବ୍ୟୁରୋ: ନବରଙ୍ଗପୁର ଜିଲ୍ଲାରେ ପୁଣି ଥରେ କାୟା ବିସ୍ତାର କରିଛି କରୋନା । ସଂକ୍ରମଣ ବୃଦ୍ଧି ପାଇବା ହେତୁ କାଲିଠାରୁ ଜିଲ୍ଲାରେ ନାଇଟ କର୍ଫ୍ୟୁ ଲାଗୁ କରାଯିବ । ତେବେ ଏହା ପୂର୍ବରୁ ଜିଲ୍ଲାରେ ଅମାନିଆଙ୍କୁ ସାବାଡ କରିବା ପାଇଁ ପ୍ରଶାସନ ପକ୍ଷରୁ ଆରମ୍ଭ ହୋଇଛି ମାସ୍କ ଚେକିଂ । ଆଜି କିଛି ଅମାନିଆ ମାସ୍କ ନପିନ୍ଧି ତଣ୍ଡ ଗଣିଥିବା ବେଳେ କିଛି କୋଭିଡ୍ ନିୟମ ଉଲ୍ଲଙ୍ଘନ କରି ତଣ୍ଡ ଗଣିଛନ୍ତି ।
ସେହିପରି ସୁନ୍ଦରଗଡ଼ରେ କରୋନା ସଂକ୍ରମଣ ମଧ୍ୟ ଦିନକୁ ଦିନ ବଢିଚାଲିଛି । ଆଜି ସୁନ୍ଦରଗଡ଼ରୁ ସର୍ବାଧିକ ୮୫ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏପରି ସ୍ଥିତି ଥିଲେ ମଧ୍ୟ ସୁନ୍ଦରଗଡ଼ରେ କରୋନା କଟକଣାକୁ ଫୁ କରୁଛନ୍ତି ଲୋକେ । ସୁନ୍ଦରଗଡ ସହରରେ ଥିବା ଡେଲି ମାର୍କେଟରେ ନାହିଁ ନଥିବା ଭିଡ଼ ଦେଖିବାକୁ ମିଳିଛି । ଶତାଧିକ ଲୋକ ଏକତ୍ରିତ ହୋଇଥିବା ବେଳେ ଲୋକଙ୍କ ମୁହଁରେ ମାସ୍କ ନାହିଁ କି ସାମାଜିକ ଦୂରତା ନଥିବା ଦେଖିବାକୁ ମିଳିଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2025/05/31/2025-05-31t055911608z-1001121283.png)
/kanak/media/post_attachments/wp-content/uploads/2021/04/32-3.jpg)