ରାଜ୍ୟରେ ବଢୁଛି ଛତୁର ଚାହିଦା, କମ୍ ସମୟ ମଧ୍ୟରେ ଚାଷୀଙ୍କୁ ଦେଉଛି ଅଧିକ ଲାଭ

108

କନକ ବ୍ୟୁରୋ : ଛତୁ ଏହା ଚାଷ ଏକ ଲାଭଜନକ ଚାଷ ହୋଇଥିବା ବେଳେ ଏହାକୁ ଆପଣାଇ ଗାଁ ଗହଳିର ଅଧିକାଂଶ ଚାଷୀ ଲାଭବାନ ହୋଇଥାଆନ୍ତି । ଏହି ଚାଷରୁ କମ୍ ସମୟରେ ଅଧିକ ଅମଳ ସହ ଭଲ ରୋଜଗାର ମଧ୍ୟ ମିଳିଥାଏ । ଏହା ଏକ ସ୍ୱାସ୍ଥ୍ୟ ଉପଯୋଗୀ ଖାଦ୍ୟ ହୋଇଥିବା ବେଳେ ସବୁବେଳେ ବଜାରରେ ଏହାର ଚାହିଦା ମଧ୍ୟ ରହିଛି । ଏହି ବ୍ୟବସାୟକୁ ଆପଣାଇ ଉଭୟ ଚାଷୀ ଓ ବ୍ୟବସାୟୀ ଅତ୍ମନିର୍ଭର ହୋଇପାରୁଛନ୍ତି । ତେବେ କଳାହାଣ୍ଡି କଲମପୁର ବ୍ଲକ ବଙ୍କାପଳା ଗାଁର ପରମେଶ୍ୱର କୁମାର ଛତୁଚାଷ କରି ଆତ୍ମନିର୍ଭର ହୋଇପାରିଛନ୍ତି । ଏହି ଚାଷ କାମରେ ତାଙ୍କୁ ତାଙ୍କ ସ୍ତ୍ରୀ ଓ କିଛି କର୍ମଚାରୀ ମଧ୍ୟ ସହଯୋଗ କରୁଛନ୍ତିି । ଉଦ୍ୟାନ ବିଭାଗରୁ ଛତୁ ଚାଷ ବିଷୟରେ ତାଲିମ ନେଇ ଏବେ ବର୍ଷରୁ ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ପରମେଶ୍ୱର ।

ପରେମେଶ୍ୱରଙ୍କ ବାଡ଼ିରେ ହେଉଥିବା ଛତୁ ଖୁବ୍ ସ୍ୱାଦିଷ୍ଟ ଓ ଉଚିତ୍ ମୂଲ୍ୟରେ ମିଳୁଥିବାରୁ ବଜାରରେ ଏହାର ଚାହିଦା ମଧ୍ୟ ରହିଛି । ଏହା ଚାଷ ପାଇଁ ଉଦ୍ୟାନ ବିଭାଗ ମଧ୍ୟ ସହଯୋଗର ହାତ ବଢାଇଛି ।

ବିଏସସି ପାସ କରିବା ପରେ ଚାକିରୀ କରିବା ପାଇଁ ବାରମ୍ବାର ପ୍ରୟାସ କରି ବିଫଳ ହୋଇଥିଲେ ପରମେଶ୍ୱର । ଏହା ପରେ ଏକ ଘରୋଇ ସ୍କୁଲରେ ଶିକ୍ଷାଦାନ କରି ସେଥିରୁ ମିଳୁଥିବା ଅର୍ଥରେ ପରିବାର ଚଳାଇବା କଷ୍ଟକର ହେଉଥିଲା । ଆଉ ଏବେ ଛତୁ ଚାଷରୁ ମିଳିଛି ସଫଳତା ।