ଇତିହାସ ରଚିଲେ ମେରିକମ୍ ! ବିଶ୍ୱ ବକ୍ସିଂରେ ଷଷ୍ଠ ଥର ପାଇଁ ଜିତିଲେ ସ୍ୱର୍ଣ୍ଣ ।

157

ଭାରତର ମହିଳା ବକ୍ସର ଏମସି ମେରିକମ୍ ଶନିବାର ଇତିହାସ ରଚିଛନ୍ତି । ବିଶ୍ୱ ବକ୍ସିଂ ଚାମ୍ପିଅନ୍ସିପରେ ୬ଷ୍ଠ ଥର ପାଇଁ ସେ ସ୍ୱର୍ଣ୍ଣ ପଦକ ଜିତିଛନ୍ତି । ମେରିକମ୍ ଫାଇନାଲରେ ସ୍ୱର୍ଣ୍ଣ ପଦକ ପାଇଁ ୟୁକ୍ରେନର ହନ୍ନା ଓଖୋଟିଙ୍କୁ ମୁକାବିଲା କରି ଏହି ସଫଳତା ହାସଲ କରିଛନ୍ତି । ସୂଚନାଯୋଗ୍ୟ ଯେ, ୩୫ ବର୍ଷୀୟ ଏମସି ମେରିକମ୍ (୪୮ କିଲୋ) ମହିଳା ବିଶ୍ୱ ବକ୍ସିଂ ଚାମ୍ପିଅନ୍ସିପ୍ ସେମିଫାଇନାଲରେ ଗୁରୁବାର ଉତ୍ତର କୋରିଆର କିମ୍ ହୟାଙ୍ଗ୍ ମିଙ୍କୁ ପରାସ୍ତ କରି ଫାଇନାଲରେ ପ୍ରବେଶ କରିଥିଲେ ।

ମେରିକମ ଗତ ବର୍ଷ ଏସୀୟ ଚାମ୍ପିଅନସିପର ଫାଇନାଲରେ ଉତ୍ତର କୋରିଆର ଏହି ଖେଳାଳିଙ୍କୁ ପରାସ୍ତ କରିଥିଲେ । ମେରିକମ୍ କେଡି ଯାଧବ ହଲରେ ଘରୋଇ ଦର୍ଶକଙ୍କ ଉପସ୍ଥିତିରେ ନିଜର ପ୍ରତିଦ୍ୱନ୍ଦ୍ୱୀଙ୍କୁ ସେମିଫାଇନାଲରେ ପରାସ୍ତ କରିଛନ୍ତି । ସେ ନିଜର ବକ୍ସିରେ ୨୯-୨୮, ୩୦-୨୭, ୩୦-୨୭, ୩୦-୨୭ ଓ ୩୦-୨୭ ପଏଣ୍ଟ ହାସଲ କରିଥିଲେ ।