କାହିଁକି ହାରିଗଲେ ମେରି କମ? ରିଙ୍ଗ ଭିତରେ ସେଦିନ କଣ ଘଟିଥିଲା ? ପଢନ୍ତୁ ନିଜ ପରାଜୟକୁ ନେଇ କଣ କହୁଛନ୍ତି ବକ୍ସର ମେରି କମ୍

279

କନକ ବ୍ୟୁରୋ: କାହିଁକି ହାରିଗଲେ ମେରି କମ । ରିଙ୍ଗ ଭିତରେ ଏମିତି କଣ ଘଟିଥିଲା । ଯାହାକୁ ନେଇ ମେରି କମ ଚାପ ଗ୍ରସ୍ତ ହୋଇଥିଲେ । ଖେଳ ପୂର୍ବର ୧ ମିନିଟ ହିଁ ତାଙ୍କୁ ଚିନ୍ତାରେ ପକାଇ ଦେଇଥିଲା । ଆଉ ତାଙ୍କୁ ମାନସିକ ସ୍ତରରେ ଚାପଗ୍ରସ୍ତ ହେବା ପାଇଁ ବାଧ୍ୟ କରିଥିଲା । ଏକଥା ଆମେ କହୁନୁ, ଏକଥା ନିଜେ ମେରିକମ ହିଁ କହିଛନ୍ତି । ତାଙ୍କୁ ରିଙ୍ଗ ଭିତରେ ମାନସିକ ସ୍ତରରେ ଚାପ ପକାଯାଇଥିଲା । ଯାହା ପରେ ତାଙ୍କ ଧ୍ୟାନ ଖେଳ ଉପରୁ ହଟି ଯାଇଥିଲା । ତେବେ ଆସନ୍ତୁ ଜାଣିବା ସେଦିନ ରିଙ୍ଗ ଭିତରେ ମେରି କମଙ୍କ ସହ କଣ ଘଟିଥିଲା ।

ଜୁଲାଇ ୨୯ ତାରିଖ, ମ୍ୟାରି କମଙ୍କ ପ୍ରିକ୍ୱାଟର ମ୍ୟାଚ ଥାଏ କଲୋମ୍ବିଆର ଇନଗ୍ରିଟ ଲୋରେନାଙ୍କ ସହ । ହେଲେ ଖେଳର କିଛି ସମୟ ପୂର୍ବରୁ ମ୍ୟାରିକମଙ୍କୁ ଜର୍ସି ବଦଳାଇବାକୁ କହିଥିଲେ ମ୍ୟାଚ ରେଫରି । ଆଉ ତାଙ୍କ ନିଜ କିଟ୍ ଛାଡି ତାଙ୍କୁ ମାଇକ ଟାଇସନଙ୍କ ବିଜ୍ଞାପନ ଥିବା ଜର୍ସି ପିନ୍ଧିବାକୁ କୁହାଯାଇଥିଲା । ଯେଉଁଥିପାଇଁ ମ୍ୟାରିକମ ଚାପଗ୍ରସ୍ତ ହୋଇଥିଲେ । ଆଉ ଖେଳରୁ ତାଙ୍କ ଧ୍ୟାନ ହଟିଯାଇଥିଲା । ତେବେ ଖେଳ ବେଳେ ତାଙ୍କୁ ଏଭଳି ହାରାସ କରାଯାଇଥିବା ସେ କହିଥିଲେ ।

ମ୍ୟାଚ ଶେଷ ହେବାପରେ ଫଳାଫଳକୁ ନେଇ ଅସନ୍ତୋଷ ଜାହିର କରିଥିଲେ ମେରିକମ । ଏହି ମ୍ୟାଚରେ ସେ ଜିତିଥିବା ନେଇ ଆଶ୍ୱସ୍ତ ହୋଇଥିଲେ । କିନ୍ତୁ ଯେତେବେଳେ ରେଫରି ଫଳାଫଳ ଘୋଷଣା କରିଥିଲେ ସେତେବଳେ ସେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ମ୍ୟାଚ ଫଳାଫଳକୁ ଦଃଭାଗ୍ୟପୂର୍ଣ୍ଣ କହିବା ସହ ଅନ୍ତର୍ଜାତୀୟ ବକ୍ସିଂ ଫେଡେରସନ ଉପରେ ପ୍ରଶ୍ନବାଚୀ ଛିଡା କରିଛନ୍ତି । ଏଭଳି ନିଷ୍ପତ୍ତି ବିରୋଧରେ ସିନା ସ୍ୱର ଉଠାଇ ହେବନି କିନ୍ତୁ ସତ କଣ ପୂରା ବିଶ୍ୱ ଦେଖିଛି ବୋଲି ସେ କହିଥିଲେ ।

ତେବେ ମେରିକମଙ୍କ ଏଭଳି ଅଭିଯୋଗ ପରେ ଅନେକ ପ୍ରଶ୍ନ ସୃଷ୍ଟି ହେଉଛି । ମ୍ୟାଚର କିଛି ସମୟ ପୂର୍ବରୁ କାହିଁକି ମେରିକମଙ୍କୁ ଜର୍ସି ବଦଳାଇବାକୁ କୁହାଯାଇଥିଲା? କଣ ଜାଣିଶୁଣି ମେରିକମ ଧ୍ୟାନ ହଟାଇବାକୁ ଚେଷ୍ଟା କରାଯାଇଥିଲା କି ? ଏଭଳି ଅଭିଯୋଗ ପରେ କାହିଁକି ଚୁପ ରହିଛି ଅନ୍ତର୍ଜାତୀୟ ହକି ଫେଡେରେସନ । ମ୍ୟାଚ ହାରିବା ପରେ ପରେ ହିଁ ମେରି କମ ନିଜେ ଟ୍ୱିଟ କରି ରେଫରିଙ୍କ ଏଭଳି ନିଷ୍ପତ୍ତି ଉପରେ ପ୍ରଶ୍ନ ଉଠାଇଥିଲେ ।

ମେରିକମ ଭାରତୀୟ ବକ୍ସିଂ ଜଗତ ଜଣେ ଦକ୍ଷ ଖେଳାଳି । ବିଶ୍ୱସ୍ତରୀୟ ଖେଳରେ ସେ ଅନେକ ଥର ସ୍ୱର୍ଣ୍ଣ ପଦକ ନିଜ ନାଁରେ କରିପାରିଛନ୍ତିି । ଏହାସହ ପୂର୍ବରୁ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିବାରେ ମଧ୍ୟ ସେ ସଫଳ ହୋଇଛନ୍ତି । ତାଙ୍କର ଉଚ୍ଚକୋଟୀରର ଖେଳ ପାଇଁ ଭାରତ ସରକାରଙ୍କ ତରଫରୁ ତାଙ୍କୁ ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମବିଭୂଷଣ ସମ୍ମାନରେ ସମ୍ମାନୀତ କରାଯାଇଛି ।