ରାଜ୍ୟଗୋଷ୍ଠି କ୍ରୀଡାରେ ପଦକ ପକା କଲେ ମେରିକମ୍ : ୪୫ରୁ ୪୮ କିଲୋଗ୍ରାମ ମହିଳା ବର୍ଗ ବକ୍ସିଂ ଫାଇନାଲରେ ୫ଥରର ବିଶ୍ୱ ଚାମ୍ପିୟନ

77

କନକ ବ୍ୟୁରୋ : ଅଷ୍ଟ୍ରେଲିଆରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ବକ୍ସିଂରେ ଆଉ ଏକ ପଦକ ପକ୍କା କରିଛନ୍ତି ବକ୍ସର ମେରୀ କମ୍ । ପାଂଚ ଥରର ବିଶ୍ୱ ଚାମ୍ପିୟନ ମେରୀ କମ୍ ୪୫ରୁ ୪୮ କିଲୋଗ୍ରାମ ବର୍ଗର ଫାଇନାଲରେ ପ୍ରବେଶ କରିଛନ୍ତି । ସେମିରେ ସେ ଶ୍ରୀଲଙ୍କାର ଅନୁଷା ଦିଲରଖୀଙ୍କୁ ୫-୦ରେ ହରାଇଛନ୍ତି । ଏହି ମୁକାବିଲାରେ ମେରୀ ଜବରଦସ୍ତ ପ୍ରଦର୍ଶନ କରିଥିଲେ । ମୁକାବିଲା ଏକ ତରଫା ହୋଇଥିଲା । ଲଣ୍ଡନ ଅଲମ୍ପିକ୍ସରେ ବ୍ରୋଞ୍ଜ ଜିତିଥିବା ମେରୀ ରାଜ୍ୟଗୋଷ୍ଠୀ କ୍ରୀଡାରେ କୌଣସି ବି ପଦକ ଜିତିନାହାନ୍ତି । ଫାଇନାଲକୁ ଯିବା ସହିତ ମେରୀ ଭାରତ ପାଇଁ ଆଉ ପଦକ ପକ୍କା କରିଛନ୍ତି । ୩୫ ବର୍ଷିୟା ମେରୀ କମଙ୍କ ଏହା ହେଉଛି ଶେଷ ରାଜ୍ୟଗୋଷ୍ଠୀ କ୍ରୀଡା । ୧୪ ତାରିଖରେ ମେରୀ କମ୍ ଫାଇନାଲ ଖେଳିବେ । ନର୍ଥ ଆୟରଲ୍ୟାଣ୍ଡର ୨୨ ବର୍ଷିୟ କ୍ରିଷ୍ଣନା ଓହାରାଙ୍କ ସହ ମେରୀ କମଙ୍କ ମୁକାବିଲା ହେବ ।

ସେପଟେ ରାଜ୍ୟଗୋଷ୍ଠୀ କ୍ରୀଡାର ୫୦ ମିଟର ଏୟାର ପିସ୍ତଲ ବର୍ଗରେ ଓମ ମିଥରୱାଲ ଭାରତକୁ ବ୍ରୋଞ୍ଜ ପଦକ ଦେଇଛନ୍ତି । ଏହାପୂର୍ବରୁ ୧୦ ମିଟର ଏୟାର ପିସ୍ତଲ ବର୍ଗରେ ମଧ୍ୟ ସେ ବ୍ରୋଞ୍ଜ ପଦକ ଜିତିଥିଲେ । ଏହା ସହ ଭାରତର ପଦକ ସଂଖ୍ୟା ୨୨ରେ ପଂହଚିଛି । ପଦକ ତାଲିକାରେ ଅଷ୍ଟ୍ରେଲିଆ ପ୍ରଥମ ସ୍ଥାନରେ ଥିବାବେଳେ ୧୧ ସ୍ୱର୍ଣ୍ଣ ସହ ୨୨ ପଦକ ଜିତି ଭାରତ ତୃତୀୟ ସ୍ଥାନରେ ଅଛି ।