ରାତି ପାହିଲେ ଦେଶ ପାଳିବ ଗଣତନ୍ତ୍ର ଦିବସ । ଛାତିରେ ଗୁଳି ଖାଇଥିବା ସହିଦଙ୍କ ପରିବାର ଆଜି ବି ଅବହେଳିତ । ବଳିଦାନ ଦେଇଥିବା ବୀର ପୁଅଙ୍କୁ ଝୁରୁଛି ପରିବାର ।

499

କନକ ବ୍ୟୁରୋ: ରାତିପାହିଲେ ଦେଶ ପାଳିବ ୭୧ ତମ ସାଧାରଣତନ୍ତ୍ର ଦିବସ । ଅନେକ ସ୍ୱାଧିନତା ସଂଗ୍ରାମୀ ଓ ଯବାନଙ୍କ ବଳିଦାନ ପାଇଁ ଦିବସ ପାଳନ କରୁଛୁ ଦିବସ । ହେଲେ ଏଥିରେ ବଳିଦାନ ଦେଇ ରଷ୍ଟ୍ରପତିଙ୍କଠାରୁ ସମ୍ମାନ ଜନକ ମରୋଣତର ସୌର୍ଯ୍ୟ ଚକ୍ର ପୁରସ୍କାର ପାଇଥିବା ଯବାନଙ୍କ ପରିବାର ଏବେ ଅବହେଳିତ ।

୧୯୯୦, ଅକ୍ଟୋବର ୨୩
ଆତଙ୍କୀଙ୍କ ଗୁଳିର ଶିକାର ହୋଇଥିଲେ ସମ୍ବଲପୁରର ଦୁର୍ଗାଚରଣ
ଦେଶ ମାତୃକା ପାଇଁ ଲଢେଇ କରି ବଳିଦାନ ଦେଇଥିଲେ ଦୁର୍ଗାଚରଣ ଓରାମ୍ । ୧୪-ବିହାର ରେଜିମେଂଟରେ କାର୍ଯ୍ୟରତ ଥିଲେ ଦୁର୍ଗାଚରଣ ଓରାମ୍ । ଆତଙ୍କବାଦୀଙ୍କ ବିରୋଧରେ ତାଙ୍କର ବୀରତ୍ୱ ପାଇଁ ତାଙ୍କୁ ମରୋଣତ୍ତର ସୌର୍ଯ ଚକ୍ର ସମ୍ମାନରେ ସମ୍ମାନିତ କରିଥିଲେ ରାଷ୍ଟ୍ରପତି । ସାଧାରଣତନ୍ତ୍ର ଦିବସ ପାଇଁ ଚାରିଆଡେ ପ୍ରସ୍ତୁତି ଚାଲିଥିବା ବେଳେ ସ୍ୱାମୀଙ୍କୁ ମନେପକାଇ ଲୁହ ଝରାଉଛନ୍ତି ସହିଦଙ୍କ ପତ୍ନୀ । ଏକମାତ୍ର ଝିଅ ୫ ବର୍ଷର ହୋଇଥିବା ବେଳେ ବାପା ସହିଦ ହୋଇଯାଇଥିଲେ । ତେଣୁ ବାପାଙ୍କ ଅସଲ ଚେହେରା ମନେ ନଥିଲେ ବି ବାପାଙ୍କ ବର୍ଦି ପିନ୍ଧା ଫଟୋକୁ ଦେଖି ବାପାଙ୍କ ପାଇଁ ସେ ଗର୍ବ କରନ୍ତି ।

ଜୁନ ୧୭, ୨୦୧୯
ପୁଲୱାମା ଆତଙ୍କୀ ଆକ୍ରମଣରେ ସହିଦ ଅଜିତ ସାହୁ
ପୁଅକୁ ହରାଇବା ଦୁଃଖ ତ କେହି କେବେ ଭୁଲି ପାରେ ନାହିଁ । ସହିଦ ଅଜିତଙ୍କୁ ମନେ ପକାଇ ଲୁହ ଗଡାଉଛନ୍ତି ପରିବାର । ଢେଙ୍କାନାଳ କାମାକ୍ଷାନଗର ବ୍ଲକ ବଡସୋଆଳ ଗାଁର ସନ୍ତୋଷ କୁମାର ସାହୁଙ୍କ ସାନ ପୁଅ ଅଜିତ୍ । ପୁଅ ସେନାରେ ଯୋଗ ଦେବା ପରେ ପରିବାରରେ ଅନେକ ଆଶା ଭରସା ଥିଲା । ହେଲେ ଜୁନ୍ ୧୭ ତାରିଖରେ ଘରକୁ ଆସିଥିବା ଖବର ସବୁ କିଛି ଓଲଟପାଲଟ କରିଦେଲା । ପୁଅକୁ ହରାଇ ମାଆ ଆଖିରୁ ଲୁହ ସୁଖୁନଥିବା ବେଳେ ଅଜିତ୍ ସହିଦ ହେବା ପରେ ଘରକୁ ଅନ୍ଧାର ମାଡି ଆସିଛି ବୋଲି କୁହନ୍ତି ବାପା । ସହିଦଙ୍କ ବଳିଦାନକୁ ମନେ ପକାଇ ଦେଶ ପାଳୁଛି ସାଧାରଣତନ୍ତ୍ର ଓ ସ୍ୱାଧିନତା ଦିବସ । ହେଲେ ଏବେ ବି ବହୁ ସହିଦଙ୍କ ପରିବାରର ସମସ୍ୟା ଭିତରେ ଗତି କରୁଥିବା କ୍ଷୋଭର ସହ କୁହନ୍ତି ।