‘ଗୋଟିଏ କ’ଣ ୪ ପୁଅ ହୋଇଥିଲେ ବି ମୁଁ ସମସ୍ତଙ୍କୁ ସେନାରେ ପଠାଇଥାନ୍ତି’… ଅନନ୍ତନାଗରେ ସହିଦ ହୋଇଥିବା ସହିଦ ଯୋଗେଶ କୁମାରଙ୍କ ବାପାଙ୍କ ଦୃଢୋକ୍ତି

161

କନକ ବ୍ୟୁରୋ: ଦେଶ ସେବାରେ ଗୋଟିଏ ବୋଲି ପୁଅ ସହିଦ ହୋଇଯିବା ପରେ ବି ସାହାସ ଓ ଧୈର୍ଯ୍ୟର ପ୍ରମାଣ ଦେଖାଇଛନ୍ତି ସିହିଦଙ୍କ ବାପା । ଅନ୍ତନାଗରେ ଏନକାଉଣ୍ଟରରେ ସହିଦ ହୋଇଥିବା ଯୋଗେଶ କୁମାରଙ୍କର ଆଜି ଅନ୍ତିମ ସଂସ୍କାର ହୋଇଛି । ତାଙ୍କ ପାଇଁ ପୁରା ଅଞ୍ଚଳ ଲୁହ ଝରାଉଥିବାବେଳେ ବାପା କିନ୍ତୁ ଦୃଢତା ଦେଖାଇଛନ୍ତି । କହିଛନ୍ତି ‘ଗୋଟିଏ ପୁଅ କ’ଣ ମୋର ୪ ପୁଅ ଥିଲେ ବି ମୁଁ ସମସ୍ତଙ୍କୁ ସେନାରେ ହିଁ ପଠାଇଥାନ୍ତି’ ।

ଯୋଗେଶ ଏକମାତ୍ର ପୁଅ ଥିଲେ । ଖେଳ କୋଟାରେ ତାଙ୍କୁ ୨୦୧୩ରେ ସେନାରେ ନିଯୁକ୍ତି ମିଳିଥିଲା । ଲାନ୍ସନାୟକ ଯୋଗେଶ କୁମାର କିଛି ଦିନ ପୂର୍ବରୁ ଡେପ୍ୟୁଟେସନରେ ଅନନ୍ତନାଗ ଯାଇଥିଲେ । ତେବେ ଗୋଟିଏ ବୋଲି ପୁଅକୁ ହରାଇବା ପରେ ବାପା ପୃଥ୍ୱୀ ସିଂ କିନ୍ତୁ ଧୈର୍ଯ୍ୟ ଧରିଛନ୍ତି । ପୁଅ ଯୋଗେଶ ପରେ ଏବେ ଏକମାତ୍ର ନାତିକୁ ବି ସେନାରେ ପଠାଇବାକୁ ପ୍ରସ୍ତୁତ କରିବେ ବୋଲି କହିଛନ୍ତି ।