ପଞ୍ଚଭୂତରେ ଲୀନ ହେଲେ ଗୁରଦାସପୁରର ସହିଦ୍ ନାୟବ୍ ସୁବେଦାର୍ ସତନାମ୍ ସିଂହ । ଲଦାଖ୍ ସୀମାରେ ହୋଇଥିବା ହିଂସାତ୍ମକ ସଂଘର୍ଷରେ ସହିଦ୍ ହୋଇଗଲେ ସତନାମ୍ । ଗୁରୁବାର ସଂନ୍ଧ୍ୟାରେ ତାଙ୍କ ପାର୍ଥିବଶରୀରକୁ ଅନ୍ତିମ ବିଦାୟ ଦିଆଯାଇଛି । ସହିଦ୍ ପୁଅର ପାର୍ଥିବଶରୀରକୁ ଶ୍ମଶାନ ପର୍ଯ୍ୟନ୍ତ କାନ୍ଧ ଦେଇଛନ୍ତି ମା’ ଜସବୀର୍ କୌର୍ ଓ ଝିଅ ମନପ୍ରିତ୍ କୌର୍ । କୋହ ଏବଂ କ୍ରୋଧରେ ଗୁରଦାସପୁରର ଶତାଧିକ ଲୋକ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେଲେ ।
ସହିଦ୍ ସତନାମ୍ ସେନାର ତିନି ମିଡିୟମ୍ ରେଜିମେଣ୍ଟ୍ ର ନାୟବ୍ ସୁବେଦାର୍ ଥିଲେ । ତାଙ୍କ ପାର୍ଥୀବଶରୀର ତ୍ରିରଙ୍ଗାରେ ଘୋଡେଇହୋଇ ଯେତେବେଳେ ଘରେ ପହଁଚିଥିଲା ପରିବାର ଲୋକଙ୍କ ଚିତ୍କାରରେ ସମ୍ପୁର୍ଣ୍ଣ ଗାଁ କାନ୍ଦିଥିଲା । ସହିଦଙ୍କ ବୀରଙ୍ଗନା ପତ୍ନୀ ଜସବିନ୍ଦର କୌର ବାହୁନି ହୋଇ କହୁଥିଲେ , କାଶ୍ମୀର ଘାଟିରେ ବିପଦ ଖବର ଶୁଣିବା କ୍ଷଣି ମୁଁ ଯେତେବେଳେ ବି ତାଙ୍କୁ ସତର୍କ ରହିବାକୁ କହୁଥିଲି , ସେ କହୁଥିଲେ ୨୪ ବର୍ଷ ଯେଉଁ ସେନାର ଲୁଣ ଖାଇଛି ଯଦି ତା ପାଇଁ ବଳିଦାନ ଦେବାକୁ ପଡେ ତେବେ ନିଜକୁ ସୌଭାଗ୍ୟଶାଳୀ ମାନିବି । ସତନାମ୍ ପିତା ଜାଗିର ସିଂହଙ୍କ ନାମରେ ଏକ ବୃଦ୍ଧାଶ୍ରମ ଖୋଲିବାକୁ ଇଚ୍ଛା ରଖିଥିଲେ । ତାଙ୍କ ୧୮ ବର୍ଷୀୟ ପୁଅ ପ୍ରଭଜୋତସିଂହ ବାପାଙ୍କ ମୁହଁରେ ମୁଖାଗ୍ନି ଦେବା ସମୟରେ ଲୋକଙ୍କ ଆଖିରୁ ଲୁହ ଆସିଯାଇଥିଲା ।
ହୃଦୟ ବିଦାରକ କଥା ହେଉଛି , ସତନାମ୍ ପୂର୍ବ ଛୁଟିରେ ଯେତେବେଳେ ଘରକୁ ଆସିଥିଲେ କାଠ କାଟି ଯାଇଥିଲେ ଏବଂ ସେହି କାଠରେ ହିଁ ତାଙ୍କୁ ଦାହ କରାଗଲା । ସହିଦଙ୍କ ମା’ କହିଛନ୍ତି , ପୁଅ ଛାଡିଯିବାର ଦୁଃଖ ଅଛି କିନ୍ତୁ ଦେଶପାଇଁ ବଳିଦାନ ଦେଇଥିବାରୁ ଗର୍ବ ମଧ୍ୟ ଲାଗୁଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/member_avatars/2024/12/05/2024-12-05t085615664z-9834a11b-9015-4cfe-ae63-b20008d51374.jpg)
/kanak/media/post_attachments/wp-content/uploads/2020/06/13-21.jpg)
/kanak/media/post_attachments/wp-content/uploads/2020/06/dss-300x249.jpg)
/kanak/media/post_attachments/wp-content/uploads/2020/06/dfsf-300x188.jpg)
/kanak/media/post_attachments/wp-content/uploads/2020/06/dsdfr-300x249.jpg)