ଆତଙ୍କବାଦୀଙ୍କୁ ମାରିବାକୁ ଏବେଠୁ ପ୍ରସ୍ତୁତ ହେଉଛନ୍ତି କୁନି କୁନି ପିଲା । ‘ହାଫିଜ୍ ସଇଦ’ ଉପରକୁ ମାରିଚାଲିଛନ୍ତି ଶହ ଶହ ଥର ଲାତ- ଗୋଇଠା

Advertisment
ଆତଙ୍କବାଦୀଙ୍କୁ ମାରିବାକୁ ଏବେଠୁ ପ୍ରସ୍ତୁତ ହେଉଛନ୍ତି କୁନି କୁନି ପିଲା । ‘ହାଫିଜ୍ ସଇଦ’ ଉପରକୁ ମାରିଚାଲିଛନ୍ତି ଶହ ଶହ ଥର ଲାତ- ଗୋଇଠା

ପୁଲୱାମାରେ ହୋଇଥିବା ଆତଙ୍କୀ ହମଲାରେ ୪୦ ଜଣ ବୀର ଯବାନ ସହିଦ ହେବା ଘଟଣା ସାରା ଦେଶବାସୀଙ୍କୁ ସ୍ତବ୍ଧ କରିଦେଇଛି । ଯେଉଁଠି ଦେଖିବେ ସେଇଠି ଜଳୁଛି ଖାଲି ପ୍ରତିଶୋଧର ନିଆଁ । ପିଲାଠାରୁ ଆରମ୍ଭ କରି ବୁଢା ପର୍ଯ୍ୟନ୍ତ ତଥା ଦେଶର ପ୍ରତ୍ୟେକ ନାଗରିକମାନେ ଏବେ ରକ୍ତର ଚାଉଳ ଚୋବାଉଛନ୍ତି ଆଉ ସଭିଙ୍କ ମୁହଁରେ କେବଳ ଗୋଟିଏ କଥା ବ୍ୟର୍ଥ ଯିବନି ଯବାନଙ୍କ ବଳିଦାନ । କିଏ କହିଲାଣି ବଡ ହୋଇ ମୁଁ ସେନାରେ ଭର୍ତ୍ତି ହୋଇ ଆତଙ୍କୀଙ୍କର ବିନାଶ କରିବି ତ ପୁଣି କିଏ କହିଲାଣି ପ୍ରଧାନମନ୍ତ୍ରୀ ମୋଦି ଅନୁମତି ଦେଲେ ମାନବବୋମା ସାଜି ପାକିସ୍ତାକୁ ଉଡାଇଦେବୁ ବୋଲି ।

publive-image

ତେବେ ଏସବୁ ଭିତରେ ମାର୍ସଲ ଆର୍ଟ ପ୍ରଶିକ୍ଷଣ ନେଉଥିବା କିଛି ପିଲା ଯବାନଙ୍କ ପ୍ରତି ହୋଇଥିବା ଆକ୍ରମଣର ବଦଲା ନେବାକୁ ଏବେଠୁ ପ୍ରୟାସ ଆରମ୍ଭ କରିଦେଲେଣି । ମାର୍ସାଲ ଆର୍ଟ ପ୍ରାକ୍ଟିସ ସମୟରେ ଆତଙ୍କୀ ହାଫିଜ୍ ସଇଦର ପୋଷ୍ଟର ଉପରେ ପଂଚ ଉପରେ ପଂଚ ମାରିଚାଲିଛନ୍ତି । ଆତଙ୍କୀର ଫଟୋ ଦେଖିବା କ୍ଷଣି ହିଁ ପିଲାମାନଙ୍କ ରକ୍ତ ଗରମ ହୋଇଉଠୁଛି ଆଉ ଫଟୋ ଉପରେ ଲାତ , ଗୋଇଠା ବର୍ଷଣ କରିଦେଉଛନ୍ତି ।

publive-image

ପିଲାମାନଙ୍କର କହିବା କଥା ହେଲା କି, ଏବେ ସେମାନଙ୍କର ବୟସ ସେତିକି ବି ଯୋଗ୍ୟ ହୋଇନି, ସେମାନେ ଆତଙ୍କୀମାନଙ୍କୁ ତାଙ୍କ ସ୍ତରରେ ଜବାବ ଦେଇପାରିବେ, ହେଲେ ସେମାନେ ଏଭଳି ଏଥିପାଇଁ କରୁଛନ୍ତି କି କିଛି ବର୍ଷ ପରେ ସେମାନେ ବଡ ହୋଇ ଶାରୀରିକ ରୂପରେ ଏତେ ସକ୍ଷମ ହୋଇଯିବେ, ଯାହାଦ୍ୱାରା ତାଙ୍କୁ ଯଦି ସୁଯୋଗ ଦିଆଯିବ ତେବେ ସେ ହାଫିଜ୍ ଜୈସ ଭଳି ଶତ୍ରୁକୁ ତାର ଘରେ ପଶି ହତ୍ୟା କରିପାରିବେ ।

publive-image

ଖାଲି ପୁଅମାନେ ନୁହଁନ୍ତି,ଝିଅମାନେ ବି ପ୍ରତିଦିନ ସେହି ଆତଙ୍କୀର ମୁହଁ ଉପରେ ଶହ ଶହ ସଂଖ୍ୟକ ଲାତ ମାରି ନିଜ ଭିତରେ ଥିବା କ୍ରୋଧକୁ ଜାହିର କରୁଛନ୍ତି । ସେମାନଙ୍କ କହିବା କଥା ହେଲା କି, ଆମ ସାର, ଆମର ଦୁଃଖକୁ ଖବୁ ଭଲଭାବରେ ବୁଝିଛନ୍ତି , ଆଉ ଆମର ଏହି କ୍ରୋଧକୁ ସମ୍ମାନ ଦେଇଛନ୍ତି । ଆତଙ୍କୀମାନଙ୍କର ଫଟୋ ଉପରେ ଲାତ ଗୋଇଠା ମାରି ଆମକୁ ଶାନ୍ତି ମିଳୁଛି । ଆମର ବିଶ୍ୱାସ ରହିଛି କି, ଅସଲି ଗର୍ଦନ ମୋଦି ସରକାର ଖବୁ ଶୀଘ୍ର ଭାଙ୍ଗିବେ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe