ସଜଡା ହେଉଛି ନନ୍ଦନକାନନ । ସଫେଇ ଓ ପୁନରୁଦ୍ଧାର କାମରେ ଲାଗିଛନ୍ତି ଗାଇଡ୍ ।

ବାତ୍ୟା ଫୋନି ନନ୍ଦନକାନନକୁ ଛାରଖାର କରିଦେଇଛି । ଆସନ୍ତା ୨୧ ତାରିଖରେ ଖୋଲିବାକୁ ଯାଉଛି ଏହି ପ୍ରାଣୀ ଉଦ୍ୟାନ ।

124

କନକ ବ୍ୟୁରୋ: ବାତ୍ୟା ଫୋନି ନନ୍ଦନକାନନକୁ ଛାରଖାର କରିଦେଇଛି । ଆସନ୍ତା ୨୧ ତାରିଖରେ ଖୋଲିବାକୁ ଯାଉଛି ଏହି ପ୍ରାଣୀ ଉଦ୍ୟାନ । ତେବେ ପ୍ରାଣୀ ଉଦ୍ୟାନ ଭିତରେ ପୁନରୁଦ୍ଧାର କାମରେ ଦିନରାତି ଲାଗିପଡିଛନ୍ତି ଗାଇଡ୍ । ପର୍ଯ୍ୟଟକଙ୍କୁ ନନ୍ଦନ କାନନ ବୁଲାଇବାକୁ ଆଣୁଥିବା ଗାଇଡ୍ ମାନେ ନିଜେ ଗଛପତ୍ର ସଫା କରୁଛନ୍ତି । ଗାଇଡ୍ କହିଛନ୍ତି, ନନ୍ଦନକାନନ ତାଙ୍କର ପେଟପାଟଣା । ଯେତେଶୀଘ୍ର ନନ୍ଦନକାନନ ଖୋଲିବ, ସେମାନେ ତାଙ୍କ ରୋଜଗାର କରିପାରିବେ ।

ଘଂଚ ବନାନୀ ଭିତରେ ପରିପୂର୍ଣ୍ଣ ନନ୍ଦନକାନନ ଏବେ ନିର୍ଜନ । ବାତ୍ୟା ପ୍ରଭାବରେ ଖିନଭିନ୍ ହୋଇ ଯାଇଛି ସୌନ୍ଦର‌୍ୟ୍ୟମୟ ପରିବେଶ । ଆଉ ଏହାରି ଭିତରେ ସଂଘର୍ଷ କରୁଛନ୍ତି ପଶୁପକ୍ଷୀ । ଉପୁଡି ଯାଇଛି ଶହ ଶହ ଗଛ । ଖାଁ-ଖାଁ ଲାଗୁଛି ପ୍ରାଣୀ ଉଦ୍ୟାନ । ଏଭଳି ସ୍ଥିତିରେ ପୁଣି ଥରେ ନନ୍ଦନକାନନକୁ ସ୍ୱାଭାବିକ୍ ଅବସ୍ଥାକୁ ଫେରାଇ ଆଣିବାକୁ ଚାଲିଛି ଜୋରସୋର ଉଦ୍ୟମ୍ ।

ଜଙ୍ଗଲୀ ଜନ୍ତୁଙ୍କ ପାଇଁ ଉଦ୍ଧିଷ୍ଟ ଥିବା ୨୧୩ଟି ଏନକ୍ଲୋଜର ବିଶେଷ ଭାବରେ କ୍ଷତିଗସ୍ତ ହୋଇଥିବା ବେଳେ ସେସବୁକୁ ପୁଣି ଥରେ ସଜଡ଼ା ଚାଲିଛି । ସେହିପରି ପ୍ରାଣୀଉଦ୍ୟାନ ଭିତରେ ଉପୁଡି ପଡ଼ିଥିବା ଗଛ ସବୁକୁ ସଫା କରିବା ସହ ଜୀବଜନ୍ତୁଙ୍କ ପାଇଁ ଖୁଆଡ଼ ଗୁଡ଼ିକର ମରାମତି କାମ ଜୋରସୋରରେ ଚାଲିଛି । ନନ୍ଦନକାନନର ପୁନରୁଦ୍ଧାର କାମ ଶେଷ ହେବା ପରେ ପିସିସିଏଫ୍ ଏବଂ ୱାଇଲ୍ଡ ଲାଇଫ୍ ୱାଡେନ ଟିମ୍ ଚିଡ଼ିଆଖାନାର ସ୍ଥିତି ଅନୁଧ୍ୟାନ କରିବାକୁ ଆସିବେ ।