କନକ ବ୍ୟୁରୋ: ଛାତ୍ରଙ୍କୁ ମାଡ ମାରି ଗିରଫ ହେଲେ ଟିଉସନ୍ ଶିକ୍ଷକ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ପୁରୁଷୋତ୍ତମପୁର ଗ୍ରାମର ଜଣେ ଟିଉସନ୍ ଶିକ୍ଷକ, ଷ୍ଟାଣ୍ଡାର୍ଡ ୩ର ଜଣେ ଛାତ୍ରକୁ ମାଡ ମାରି ଗିରଫ ହୋଇଛନ୍ତି । ପାଠ ପଢାଇବା ବେଳେ ପଣିକିଆ ପଚାରିବାରୁ ଛାତ୍ର ଜଣଙ୍କ କହିପାରିନଥିଲେ । ଏଥିରେ ରାଗି ଯାଇ ସାର୍ ଜଣକ ନିର୍ମମ ଭାବେ ପିଲାଟିକୁ ବାଡେଇଥିଲେ । ମାଡ ଏତେ ଜୋରରେ ଥିଲା ଯେ, ଛାତଙ୍କ ପିଠି ଓ ଖୁଆରେ ଛକ ପଡିଯାଇଥିଲା । ଏନେଇ ଛାତ୍ରଙ୍କ ବାପା ମାନସ ରଞ୍ଜନ ପରିଡା ପୋଲିସ ପାଖରେ ଅଭିଯୋଗ କରିଥିଲେ । ମାର୍ଶାଘାଇ ଥାନାରେ ଏନେଇ ଅଭିଯୋଗ ପରେ ଟିଉସନ ଶିକ୍ଷକଙ୍କୁ ଗିରଫ କରିଛି ପୋଲିସ ।
ଛାତ୍ରକୁ ମାଡ ମାରି ଗିରଫ ହେଲେ ଟିଉସନ ସାର୍ । ପଣିକିଆ କହିନପାରିବାରୁ ଛାତ୍ରଙ୍କୁ ନିର୍ମମ ଭାବେ ପିଟିଥିଲେ ସାର୍ ।
/kanak/media/post_attachments/wp-content/uploads/2021/03/17-14.jpg)