ବାହାଘରରେ ଟଙ୍କା ଖର୍ଚ୍ଚ ପାଇଁ ଚିନ୍ତାରେ ଅଛନ୍ତି କି? ବିବାହ ପାଇଁ ବିନା ସୁଧରେ ମିଳୁଛି ଋଣ !

6,548

କନକ ବ୍ୟୁରୋ : ବିବାହ କଥା ଉଠିଲେ ସମସ୍ତଙ୍କ ମୁଣ୍ଡରେ ଚିନ୍ତା ପଶିଥାଏ । କାହିଁକି ନାଁ ନିଜର ବିବାହକୁ ସବୁଦିନ ଲାଗି ସ୍ମରଣୀୟ କରି ରଖ଼ିବା ଲାଗି ସମସ୍ତେ ଚାହିଁଥାନ୍ତି । ଏମିତିକି ବାପା ମା ମାନେ ମଧ୍ୟ ଜୀବନର ସମସ୍ତ ସଞ୍ଚୟକୁ ମଧ୍ୟ ପୁଅ ଝିଅଙ୍କ ବାହାଘରରେ ଲଗାଇ ଦେଇଥାନ୍ତି । ମଧ୍ୟବିତ୍ତଶ୍ରେଣୀର ଲୋକ ଏବଂ ଗରୀବ ଶ୍ରେଣୀର ଲୋକେ ପୁଅ ଝିଅଙ୍କ ବିବାହ ପୂର୍ବରୁ ଯେତେ ସଂଚୟ କରିଥିଲେ ମଧ୍ୟ ଆଜିକାଲିର ମହଙ୍ଗା ଯୁଗରେ କମ ପଡ଼ିଯାଏ । ଏଣୁ ସମସ୍ତେ ବାଧ୍ୟହୋଇ ହାତ ଉଧାରୀ କିମ୍ବା ବ୍ୟାଙ୍କରୁ ଋଣ କରିଥାନ୍ତି । ଅନ୍ୟପଟେ ହାତ ଉଧାରୀ ଭାବେ ଆଣୁଥିବା ଟଙ୍କା ଉପରେ ସୂଧର ହାର ଅଧିକ ଥାଏ । କିନ୍ତୁ ଦରକାର ପଡ଼ୁଥିବାରୁ ବାଧ୍ୟ ହୋଇ ପରିସ୍ଥିତିରେ ପଡ଼ି ଋଣ କରିଥାନ୍ତି । କିନ୍ତୁ ଏବେ ବିବାହ ପାଇଁ ଏକ ନୂଆ ସ୍ମିମ୍ ଲଂଚ ହୋଇଛି । ବିବାହ ପୂର୍ବରୁ ଯଦି ଆପଣ ଋଣ ଆଣିବାକୁ ଚାହୁଁଥିବେ ତାହେଲେ କମ ସୁଧରେ ଏବଂ ସହଜରେ ଋଣ ଉପଲବ୍ଧ ହେଉଛି ।

ବଡ଼ ବଡ଼ ହୋଟେଲ, ମଣ୍ଡପ ବୁକିଂ ସାଙ୍ଗକୁ ସାଜସଜ୍ୱାରେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥାଏ । ଯଦିଓ ବିବାହ ସମୟରେ ଲୋକଲଜ୍ଜା ଏବଂ ଦେଖେଇବା ପାଇଁ ଏସବୁ ଜଣାପଡ଼ିନଥାଏ କିନ୍ତୁ ପରବର୍ତ୍ତୀ ସମୟରେ ଯେତେବେଳେ ପରିବାର ଲୋକେ ଏହି ବାକି ସୁଝନ୍ତି ସେତେବେଳେ ଜଣାପଡ଼ିଥାଏ କେତେ କଷ୍ଟ । ତେବେ ଏହି ସମସ୍ୟା ଦୂର କରିବା ପାଇଁ ‘ମ୍ୟାରି ନାଓ, ପେ’ ଲେଟର’ ନାମରେ ଏକ ସ୍ମିମ ଆସିଛି । ଏହାର ଅର୍ଥ ହେଉଛି କି, ଆପଣ ବିବାହ ସମୟରେ ଋଣନେବେ ଆଉ ପରେ ଏହାକୁ ସୁଝିବେ । ଟ୍ରାଭେଲ ଫିନଣ୍ଟେକ ପ୍ଲାଟଫର୍ମ ସାଙ୍କାଶ ‘ମ୍ୟାରି ନାଓ, ପେ ଲେଟର’ ସୁବିଧା ଦେବାକୁ ଯାଉଛି । ମାତ୍ର ୧ ପ୍ରତିଶତ ସୁଧରେ ଋଣ ଦେଉଥିବା ଫିନଟେକ କମ୍ପାନୀର ସିଇଓ ତଥା କୋ-ଫାଉଣ୍ଡର ଆକାଶ ଦହିୟା ଏକ ଇଂଟରଭିୟୁରେ କହିଛନ୍ତି ।

ସବୁଠାରୁ ବଡ଼ କଥା ହେଉଛି କି ଏହି ଋଣ ପଲିସିରେ ୬ ମାସ ଉପଭୋକ୍ତାଙ୍କୁ ସୁଧ ଦେବାକୁ ପଡ଼ିନଥାଏ । ଆଉ ୬ ମାସ ପରେ ମାତ୍ର ୧ ପ୍ରତିଶତ ଋଣ ଦେବାକୁ ପଡ଼ିବ । ଦିଲ୍ଲୀର ବଡ଼ ବଡ଼ ହୋଟେଲ ସହ ଡିଲ୍ କରି କମ୍ପାନୀ ଋଣ ଦେବା ଆରମ୍ଭ କରି ଦେଇଛି । ଏହି ସ୍କିମ୍ ଦିଲ୍ଲୀର ଏନସିଆରରେ ଏବେ ଆରମ୍ଭ ହୋଇଥିବା ବେଳେ ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଏହା ଲାଗୁ ହେବାକୁ ଯାଉଛି । ପରବର୍ତୀ ସମୟରେ ଅନ୍ୟ ରାଜ୍ୟରେ  ମଧ୍ୟ କମ୍ପାନୀ ଏହି ସେବା ଯୋଗାଇଦେବ ବୋଲି କୁହାଯାଉଛି ।

ଜଣେ ଗ୍ରାହକ ଆବେଦନ କରି ୨୫ ଲକ୍ଷ ପର୍ଯ୍ୟନ୍ତ ଋଣ ଆଣିବାର ବ୍ୟବସ୍ଥା ରହିଛି । ହେଲେ ଆବେଦନ ସମୟରେ ଦେଇଥିବା ଡକ୍ୟୁମେଣ୍ଟ ଯାଂଚ କରାଯାଏ । ଯଦି ସମସ୍ତ ଡକ୍ୟୁମେଣ୍ଟ ଠିକ୍ ଥାଏ ତେବେ ୪ରୁ ୫ ଘଂଟା ମଧ୍ୟରେ ଋଣ ଟଙ୍କା ଆକାଉଂଟକୁ ଆସିଯିବ । ୨୦ଦିନ ହେବ ଏହା ଆରମ୍ଭ ହୋଇଥିବାବେଳେ ୧୦୦ରୁ ଆବେଦନ ଆସିଥିବା ଆକାଶ ଦହିୟା କହିଛନ୍ତି ।