କନକ ବ୍ୟୁରୋ : ଆଜି ସାବିତ୍ରୀ ବ୍ରତ । ସ୍ୱାମୀଙ୍କ ମଙ୍ଗଳ ଓ ଦୀର୍ଘାୟୁ କାମନା କରି ବ୍ରତ ପାଳୁଛନ୍ତି ସ୍ତ୍ରୀ । ଲକ୍ଷ୍ମୀନାରାୟଣଙ୍କ ପୂଜା କରି ସ୍ୱାମୀଙ୍କ ମଙ୍ଗଳ କାମନା କରୁଛନ୍ତି । ସାବିତ୍ରୀଙ୍କ ପତିଭକ୍ତିକୁ ମନେ ପକାଇ କରୁଛନ୍ତି ପୂଜାର୍ଚ୍ଚନା । ମହିଳାମାନେ ମନ୍ଦିରରେ ପହଞ୍ଚିଛନ୍ତି ତ ଆଉ କେହି ଘରେ ପୂଜା କରନ୍ତି । ଓଡିଆ ଘରର ପରମ୍ପରା ଅନୁସାରେ ବିବାହିତ ମହିଳାମାନେ ସ୍ୱାମୀଙ୍କ ଦୀର୍ଘ ଜୀବନ କାମନା ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାଆନ୍ତି । ହିନ୍ଦୁ ମହିଳାମାନେ ପ୍ରତିବର୍ଷ ଏହି ଦିନକୁ ବଡ଼ ଉତ୍ସାହର ସହିତ ଅପେକ୍ଷା କରିଥାଆନ୍ତି । ଏପଟେ ସାବିତ୍ରୀ ବେଶରେ ପୂଜା ପାଉଛନ୍ତି ଯାଜପୁର ଅଧିଷ୍ଟାତ୍ରୀ ଦେବୀ ମାଆ ବିରଜା । ସକାଳୁ ମନ୍ଦିରରେ ମହିଳାଙ୍କ ଭିଡ ଜମିଛି ।