ଜେସିବିରେ ଆସିଲେ ବରକନ୍ୟା: ବାହାହେଲେ, ଜୀବନସାଥୀକୁ ଜେସିବିରେ ଆଣିଲେ...

Advertisment
ଜେସିବିରେ ଆସିଲେ ବରକନ୍ୟା: ବାହାହେଲେ, ଜୀବନସାଥୀକୁ ଜେସିବିରେ ଆଣିଲେ...

କନକ ବ୍ୟୁରୋ: ପାକିସ୍ତାନରେ ଅଜବ ଘଟଣା ଦେଖିବାକୁ ମିଳିଛି । ବାହାଘର ପରେ ବରକନ୍ୟା ଜେସିବିରେ ଫେରିଛନ୍ତି । ନିଜ ବାହାଘରକୁ ଚର୍ଚ୍ଚିତ ରଖିବା ପାଇଁ, ଏମିତି କରିଛନ୍ତି ବରକନ୍ୟା । ବାହାଘରକୁ ଟିକେ ସ୍ପେଶାଲ ବା ହଟକେ କରିବା ପାଇଁ କିଏ କେତେ ପ୍ରକାର ପ୍ରୟାସ କରୁଛି । କିଏ ଅଣ୍ଡରୱାଟର ମ୍ୟାରେଜ କରୁଛି ତ କିଏ ଉଡାଜାହଜରେ ଉଡି ଉଡି ବାହା ହେଉଚି । ଏମିତି କିଏ କେତେ ପ୍ରକାରରେ ବାହା ହେଉଛନ୍ତି, ହେଲେ ପାକିସ୍ତାନର ଏହି ବ୍ୟକ୍ତି ଜଣକ ଏବେ ସୋସିଆଲ ମିଡିଆର ହଟ୍ ଟପିକ ପାଲଟିଯାଇଛନ୍ତି ।

ଚର୍ଚ୍ଚାରେ ପାକିସ୍ତାନର ନବବିବାହିତ ଦମ୍ପତି । ଏମାନଙ୍କ କାମ ପାଇଁ ଏମାନଙ୍କୁ ଏବେ ଚାରିଆଡୁ ଭିନ୍ନ ଭିନ୍ନ୍ ପ୍ରତିକ୍ରିୟା ଆସୁଛି । ହେଲେ ଏମାନେ କାମ ହିଁ ସେମିତି କରିଛନ୍ତି ଯାହାକୁ ନେଇ ଚର୍ଚ୍ଚା ହେବ । ସମସ୍ତେ ଚାହାଁନ୍ତି ନିଜ ବାହାଘରକୁ ଟିକେ ଅଲଗା କରିବା ପାଇଁ, କାରଣ ଏହା ଯେମିତି ସବୁବେଳ ପାଇଁ ମନେ ରହିବ । ହେଲେ ପାକିସ୍ତାନର ଜଣେ ଯୁବକ ଯାହା କରିଛନ୍ତି ତାହା ଅନେକଙ୍କୁ ହସାଇଛି । ପାକିସ୍ତାନ ହୁଂଜା ଘାଟିରେ ନବବିବାହିତା ଜୋଡି ବାହାଘର ପରେ ଜେସିବିରେ ଯେତବେଳେ ଆସିଲେ ସେତବେଳେ ରାସ୍ତାରେ ପୁରା ମେଳା ଭଳି ଭିଡ । ଏମାନଙ୍କୁ ଦେଖିବାକୁ ରାସ୍ତା ଜାମ ହେଇଗଲା । କାରଣ ଏମିତି ଦୃଶ୍ୟ କିଏ କେବେ ଦେଖିନଥିଲେ । ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ରହିଥିଲେ, ହେଲେ ଅଚାନକ ଯେତବେଳେ ବ୍ୟାଣ୍ଡ ବାଜା ବାଜିଲା ସମସ୍ତେ ଦୌଡି ଆସିଲେ ବରକନ୍ୟାକୁ ଦେଖିବାକୁ , ହେଲେ ଜେସିବିରେ ଏମାନଙ୍କୁ ଦେଖି ସମସ୍ତେ ହସି ଉଠିଲେ । ହେଲେ ବେଶ କିଛି ସମୟ ପାଇଁ ଏମାନଙ୍କୁ ଦେଖିବା ପାଇଁ ରାସ୍ତାରେ ଭିଡ ଜମିଥିଲା ।

ପାକିସ୍ତାନର ହୁଂଜା ଘାଟିର ଏହି ଯୁବକ ଏବେ ରାତାରାତି ଷ୍ଟାର । କାରଣ ସେ ଜରା ହଟକେ ଚକ୍କରରେ ଜେସିବିରେ ବାହା ହେଇକି ଆସିଲେ । ହେଲେ ଏମିତି କାହିଁକି କଲେ ବୋଲି ଯେତବେଳେ ଏମାନଙ୍କୁ ପଚରାଗଲା, ସେତବେଳେ ଯୁବକ ଜଣକ କହିଲେ କି ସେ ନିଜ ବିବାହକୁ ସବୁଦିନ ପାଇଁ ସମସ୍ତେ ଯେମିତି ମନେ ରଖିବେ ସେପରି କରିବାକୁ ଚାହୁଁଥିଲେ, ହେଲେ କଣ କଲେ ତାଙ୍କ ବିବାହ ସ୍ୱତନ୍ତ୍ର ହେବ ସେନେଇ ସେ ବହୁତ ଭାବିଥିଲେ, ଆଉ ଶେଷରେ ତାଙ୍କ ମୁଣ୍ଡକୁ ଆଇଡିଆ ଆସିଥିଲା କି ସେ ଜେସିବିରେ ଯିବେ ବାହା ହେବାକୁ ଆଉ ସେଥିରେ ଫେରିବେ, ଅର୍ଥାତ କାର ବଦଳରେ ଜେସିବିରେ ଫେରିବା ପାଇଁ ସେ ପ୍ଲାନ କଲେ, ତେବେ ଏକଥା ଶୁଣି ପ୍ରଥମେ ସମସ୍ତେ ହସିଲେ, କିନ୍ତୁ ପରବର୍ତ୍ତି ସମୟରେ ତାଙ୍କ ଆଇଡିଆକୁ ସମସ୍ତେ ମାନି ନେଇଥିଲେ । ଜେସିବିଟିକୁ ଠିକ କାର ପରି ଫୁଲରେ ସଜାଗଲା, ସେଥିରେ ଦୁଇଟି ଗଦିବାଲା ଚେୟାର ଲଗାହେଲା, ଯେମିତି ଜେସିବି ଆଗରେ ବସି ଏମାନେ ଆରାମରେ ଆସିପାରିବେ, ହେଲେ ବର-କନ୍ୟା ନିଷ୍ପତ୍ତି ନେଲେ ସେମାନେ ଜେସିବି ଆଗରେ ଛିଡା ହୋଇକି ଆସବେ । ଆଉ ଏପରି ମଧ୍ୟ ହେଲା । ତେବେ ହୁଂଜା ଘାଟିର ଏହି ବିିବାହ ଏବେ ପୁରା ପାକିସ୍ତାନ କାହିଁକି ଚାରିଆଡେ ଏହାକୁ ନେଇ ଏବେ ଚର୍ଚା ଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ଏହି ଭିଡିଓ , ଫଟୋ ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe