ପାଦରୁ ଅଳତା ଲିଭିବା ଆଗରୁ ମଥାରୁ ଲିଭିଗଲା ସିନ୍ଦୁର । ବାହାଘରର ୧୦ ଘଂଟା ପରେ ବିଧବା ହୋଇଗଲେ ନବବଧୂ

Advertisment
ପାଦରୁ ଅଳତା ଲିଭିବା ଆଗରୁ ମଥାରୁ ଲିଭିଗଲା ସିନ୍ଦୁର । ବାହାଘରର ୧୦ ଘଂଟା ପରେ ବିଧବା ହୋଇଗଲେ ନବବଧୂ

କନକ ବ୍ୟୁରୋ: ପାଦରୁ ଅଳତା ଲିଭିବା ଆଗରୁ ମଥାରୁ ଲିଭିଗଲା ସିନ୍ଦୁର । ବାହାଘରର ୧୦ ଘଂଟା ପରେ ବିଧବା ହୋଇଗଲେ ନବବଧୂ । ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଭଦ୍ରକ୍ ଚାନ୍ଦବାଲି ବ୍ଲକ୍ ନୂଆଗାଁ ପଂଚାୟତର ହଟପୁର ଗାଁରେ । ଗତ ୨୪ ତାରିଖରେ ଗାଁର ୩୨ ବର୍ଷୀୟ ଯୁବକ ରତ୍ନାକର ଜେନା ବଳସାହି ପଂଚାୟତରେ ବିବାହ କରିଥିଲେ ତେବେ ବାହୁଡ଼ାର ମାତ୍ର ୧୦ ଘଂଟା ପରେ ରତ୍ନାକରଙ୍କ ଝୁଲନ୍ତା ମୃତଦେହ ନିକଟରେ ଥିବା ଏକ ନିମ୍ବ ଗଛରୁ ମିଳିଥିଲା ।

publive-image

ସୂଚନା ମୁତାବକ, ଗତ ୨୪ ତାରିଖରେ ରତ୍ନାକରଙ୍କ ବିବାହ ନିକଟସ୍ଥ ଯଶିପୁର ପଞ୍ଚାୟତ ବଳସାହିରେ ହୋଇଥିଲା। ୨୫ ତାରିଖରେ ଘରକୁ ଫେରିଥିଲେ। ରାତି ପ୍ରାୟ ୮ଟାରେ ପରିବାର ଗହଣରେ ରତ୍ନାକର ବସି ହସଖୁସି ହେଉଥିବା ବେଳେ ହଠାତ୍ ଏକ ଫୋନ କଲ୍ ପାଇ କଥା ହେଉ ହେଉ ନିଜ ଘରପଛ ବାରିପଟକୁ ଚାଲି ଯାଇଥିଲେ। ଘଣ୍ଟାଏ ବିତିଗଲେ ବି ରତ୍ନାକର ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। କିଛି ସମୟ ପରେ ଘର ପଛପଟେ ବାରି଼ରେ ଥିବା ଏକ ଗଛରୁ ତାଙ୍କୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ପରିବାର ଲୋକେ ତାଙ୍କୁ ସାଙ୍ଗେସାଙ୍ଗେ ଭଦ୍ରକ ମେଡିକାଲକୁ ନେଇଯାଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ମୋବାଇଲକୁ ଜବତ କରିଥିବା ବେଳେ ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ଜଣାପଡ଼ିବ ବୋଲି କହିଛି ।

publive-image

ଅନ୍ୟପଟେ ବିବାହ ପରି ଖୁସିର ମାହୋଲରେ ଏଭଳି ଅଘଟଣ ପରିବାରକୁ ସ୍ତବ୍ଧ କରିଦେଇଛି । ପୂର୍ବରୁ ମଧ୍ୟ ଭୁବନେଶ୍ୱରରୁ ରତ୍ନାକରଙ୍କୁ ଅପହରଣ କରାଯାଇଥିଲା ଓ ସମ୍ବଲପୁରରୁ ପୁଲିସ ତାଙ୍କୁ ଉଦ୍ଧାର କରିଥିଲା । ଭୁବନେଶ୍ୱର ମାର୍କେଟ ବିଲଡିଂରେ ଜଣେ ସେଲସମ୍ୟାନ୍ ଭାବେ କାମ କରୁଥିଲେ ରତ୍ନାଘର । ରତ୍ନାକରଙ୍କ ମୃତ୍ୟୁ ପଛରେ ପୁଲିସ ନିକଟତର ବନ୍ଧୁଙ୍କ ହାତଥିବାର ସନ୍ଦେହ କରୁଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe