କନକ ବ୍ୟୁରୋ : ବ୍ରହ୍ମପୁର ମାଣ୍ଡିଆପଲ୍ଲୀ ଛକରେ ସଡ଼କ ଦୁର୍ଘଟଣା । କନ୍ୟାଯାତ୍ରୀଙ୍କ ବାଟବରଣ ପାଇଁ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ବେଳେ ମାଡିଗଲା ସ୍କୋର୍ପିଓ । ଦୁର୍ଘଟଣାରେ ତିନି ଜଣଙ୍କ ମୃତ୍ୟୁ ହୋଇଛି । ୧୦ରୁ ଅଧିକ ଆହତ ହୋଇଛନ୍ତି । ଏମାନଙ୍କୁ ଚିକତ୍ସା ପାଇଁ ଏମ୍କେସିଜିରେ ଭର୍ତି କରାଯାଇଛି ।

Advertisment

କନ୍ୟାଯାତ୍ରୀଙ୍କ ଘର ଲାଞ୍ଜିପଲ୍ଲୀ କେଶବ ନଗରରେ ବୋଲି ଜଣାପଡ଼ିଛି । ମୃତକ ତିନି ଜଣ ମହିଳା । ଏମାନେ ହେଲେ ସଞ୍ଜୁ ରେଡ୍ଡୀ, ଭାରତୀ ରେଡ୍ଡୀ ଓ ସ୍ୱପ୍ନା ରେଡ୍ଡୀ । ଦୁର୍ଘଟଣା ଘଟାଇଥିବା ଗାଡି ଛତିଶଗଡ଼ର ବୋଲି ଜଣାପଡ଼ିଛି । ଗାଡି ଡ୍ରାଇଭର ଅଟକ ଥିବା ବେଳେ ଗାଡିରେ ଥିବା ଅନ୍ୟ ଦୁଇ ଜଣ ଘଟଣାସ୍ଥଳରୁ ଫେରାର ହୋଇଯାଇଛନ୍ତି ।