କନକ ବ୍ୟୁରୋ : ବିବାହ ପଞ୍ଜିକରଣକୁ ନେଇ ମାଡ୍ରାସ ହାଇକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି । ବିନା ବିବାହ ଉତ୍ସବରେ ବିବାହ ପଞ୍ଜିକରଣ ଅବୈଧ ବୋଲି ବିଚାର କରାଯିବ ବୋଲି କୋର୍ଟ କହିଛନ୍ତି । ଅର୍ଥାତ ଯଦି ବିବାହ ଉତ୍ସବ ହୋଇନଥିବ ତେବେ ବିବାହକୁ ମାନ୍ୟତା ମିଳିବ ନାହିଁ । ଏବଂ ବିନା ବିବାହରେ ବିବାହ ପଞ୍ଜିକରଣ ପମାଣପତ୍ରକୁ ଅବୈଧ ବୋଲି ବିଚାର କରାଯିବ । ଜଷ୍ଟିସ ଆର ବିଜୟକୁମାର ଦ୍ୱାରା ଗଠିତ ଖଣ୍ଡପୀଠ କହିଛନ୍ତି ଯେ,

Advertisment

- ପଞ୍ଜିକରଣ ପାଇଁ ଧାର୍ମିକ ପରମ୍ପରା ଓ ରୀତିନୀତି ଅନୁସାରେ ବିବାହ ଉତ୍ସବ କରିବାକୁ ପଡିବ
- ଏହାପରେ ବିବାହ ପଞ୍ଜିକରଣକୁ ବୈଧ ବିଚାର କରାଯିବ
- କୋର୍ଟ ଆହୁରୀ ମଧ୍ୟ କହିଛନ୍ତି, ପଞ୍ଜିକରଣ ଅଧିକାରୀ ଏନେଇ ଆବଶ୍ୟକ ଯାଂଚ କରିବେ
- ଧାର୍ମିକ ପରମ୍ପରା ଅନୁଯାୟୀ ବିବାହ ହୋଇଛି କି ନାହିଁ ଯାଂଚ କରିବେ ପଞ୍ଜିକରଣ ଅଧିକାରୀ
- ଏହା ପରେ ଉକ୍ତ ପଞ୍ଜିକରଣକୁ ବୈଧ ବୋଲି ବିଚାର କରାଯିବ
- ୨୦୧୫ରେ ଦାୟର ହୋଇଥିବା ଏକ ମାମଲାର ଶୁଣାଣି କରି ମାଡ୍ରାସ ହାଇକୋର୍ଟ ଏହି ରାୟ ଶୁଣାଇଛନ୍ତି
- ଜଣେ ମୁସଲିମ ମହିଳା ଏକ ପିଟିସନ ଦାୟର କରଥିଲେ
- ମହିଳ ଜଣକ ଉଲ୍ଲେଖ କରିଥିଲେ ଯେ, ତାଙ୍କର ବିବାହ ଜୋରଜବରଦସ୍ତି କରାଯାଇଛି
- ମହିଳାଙ୍କ ଜଣେ ସମ୍ପର୍କୀୟ ଭାଇ ଜୋରଜବରଦସ୍ତି ବିବାହ କରିଥିବା ପିଟିସନରେ ଉଲ୍ଲେଖ
- ତାଙ୍କ ବାପା, ମାଆଙ୍କ ହତ୍ୟା କରିବାକୁ ଧମକ ଦେଇ ବିବାହ କରିଥିଲେ ସମ୍ପର୍କୀୟ ଭାଇ
- ଇସଲାମ ଧର୍ମ ଅନୁଯାୟୀ ଉଭୟଙ୍କ ମଧ୍ୟରେ ବିବାହ ଉତ୍ସବ ହୋଇନଥିବା ସମ୍ପୃକ୍ତ ମହିଳା କହିଥିଲେ
- ଏହି ମାମଲାର ଶୁଣାଣୀ କରି ଜଷ୍ଟିସ ଆର ବିଜୟକୁମାର ଦ୍ୱାରା ଗଠିତ ଖଣ୍ଡପୀଠ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି