କନକ ବ୍ୟୁରୋ : ମାଲକାନଗିରିରେ ଅଘଟଣ । ବରଯାତ୍ରୀଙ୍କ ଉପରେ ମାଡ଼ିଗଲା ଟ୍ରକ । ଚାଉଳ ବୋଝେଇ ଟ୍ରକ ମାଡିଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୨ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ଅନ୍ୟପଟେ ୪ଜଣ ଗୁରୁତର ଆହତ ହୋଇଥିବା ବେଳେ ସେମାନଙ୍କୁ ପାଣ୍ଡିପାଣି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ତେବେ ଘଟଣାସ୍ଥଳରେ ଉତ୍ୟକ୍ତ ଲୋକମାନେ ରାସ୍ତା ରୋକ୍ କରିଥିବା ସୂଚନା ମିଳିଛି ।
ବରଯାତ୍ରୀ ପାଣ୍ଡିପାଣି ମୁଖ୍ୟ ରାସ୍ତାରେ ଯାଉଥିବା ବେଳେ ଶୋଭାଯାତ୍ରା ଉପରେ ମାଡିଯାଇଥିଲା ଏକ ଚାଉଳ ବୋଝେଇ ଟ୍ରକ୍ । ତେବେ ଟ୍ରକ୍ ମାଡିଯାଇଥିବାରୁ ୨ ଜଣ ଏଥିରେ ପ୍ରାଣ ହରାଇଥିବା ବେଳେ ୪ ଜଣ ଗୁରୁତର ଆହତ ହୋଇଛନ୍ତି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2021/11/13-25.jpg)