ନିର୍ବନ୍ଧ ପାଇଁ ଯାଉଥିବା ବେଳେ ଅଧା ବାଟରେ ଜଳିଗଲେ ବରଘର ଲୋକେ । ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲା ବସ୍ । ୧୧ ଜଣଙ୍କ ମୃତ୍ୟୁ ସୂଚନା; ୩୦ରୁ ଅଧିକ ଯାତ୍ରୀ ମେଡିକାଲରେ ଭର୍ତ୍ତି, ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ

ନିର୍ବନ୍ଧ ପାଇଁ ଯାଉଥିବା ବେଳେ ଅଧା ବାଟରେ ଜଳିଗଲେ ବରଘର ଲୋକେ । ୧୧କେଭି ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଳିଗଲା ବସ୍ । ୧୧ ଜଣଙ୍କ ମୃତ୍ୟୁ ସୂଚନା; ୩୦ରୁ ଅଧିକ ଯାତ୍ରୀ ମେଡିକାଲରେ ଭର୍ତ୍ତି, ସ୍ୱାସ୍ଥ୍ୟବସ୍ଥା ସଙ୍କଟାପନ୍ନ

କନକ ବ୍ୟୁରୋ: ନିର୍ବନ୍ଧ ପାଇଁ ଆସୁଥିବା ବେଳେ ଅଧା ବାଟରେ ନିଆଁରେ ଜଳିଗଲେ ବରଘର ଲୋକେ । ଏମିତି ମର୍ମନ୍ତୁଦ ଘଟଣା ଗଞ୍ଜାମ ଜିଲ୍ଲା ଗୋଳନ୍ଥରା ଥାନା ମେଲପତୁରୁ ନିକଟରେ ଘଟିଛି। ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଳିଗଲା ବସ୍ । ତେବେ ବସରେ ୪୩ ଜଣ ଯାତ୍ରୀ ଥିବା ବେଳେ ନିଆଁରେ ଜୀବନ୍ତଦଗ୍ଧ ହୋଇଯାଇଛନ୍ତି ପ୍ରାୟ ୧୧ଜଣ ଲୋକ । ତେବେ ମୃତ୍ୟୁ ସଂଖ୍ୟା ଆହୁରୀ ବଢିପାରେ ବୋଲି ଆଶଙ୍କ କରାଯାଉଛି । ସେପଟେ ଦୁର୍ଘଟଣାରେ ପ୍ରାୟ ୩୦ରୁ ଅଧିକ ଲୋକ ଗୁରୁତର ଭାବେ ଆହତ ହୋଇଛନ୍ତି । ତେବେ ଆହତ ଲୋକଙ୍କୁ ଏମକେସିଜି ମେଡିକାଲରେ ଭର୍ତ୍ତି କରାଯାଇଛି ।

publive-image

ସୂଚନା ମୁତାବକ, ଏକ ନିର୍ବନ୍ଧ କାର୍ଯ୍ୟକ୍ରମରେ ସାମିଲ ହେବା ପାଇଁ ଏକ ବସରେ ଢଙ୍କଲପାଡ ଗାଁର କିଛି ଲୋକ ଟିକଳପଡା ଗାଁକୁ ଯାଉଥିଲେ । ତେବେ ମେଲପତୁରୁ ଗାଁ ନିକଟରେ ବସିଟି ତଳକୁ ଓହଳିଥିବା ୧୧ କେଭି ବିଦ୍ୟୁତ ତାର ସଂସ୍ପର୍ଶରେ ଆସିଯାଇଥିଲା । ଯାହାଦ୍ୱାରା ବସଟିରେ ନିଆଁ ଲାଗିଯାଇଥିଲା । ଫଳରେ ଘଟଣା ସ୍ଥଳରେ ହିଁ ଚାଲିଯାଇଛି ପାଖାପାଖି ୧୧ ଲୋକଙ୍କ ଜୀବନ । ତେବେ ମୃତକଙ୍କ ମଧ୍ୟରୁ ୬ ଜଣ ପୁରୁଷ ଥିବା ବେଳେ ୩ ଜଣ ମହିଳା ଏବଂ ୩ ଜଣ ଶିଶୁ ରହିଥିବା ଜଣାପଡିଛି । ପ୍ରାୟ ୩୦ ମିନିଟ୍ ପରେ ସ୍ଥାନୀୟ ଲୋକେ ବିଦ୍ୟୁତ ସରବରାହ ଛିହ୍ନ କରି ପୁଲିସ ଓ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ଅଗ୍ନିଶମ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବସ୍ ଭିତରୁ ୮ ଜଣଙ୍କ ମୃତ୍ୟୁଦେହ ଉଦ୍ଧାର କରିଛି। ଏପରିକି ୩୦ରୁ ୩୫ ଜଣ ଗୁରୁତରଙ୍କୁ ଉଦ୍ଧାର କରି ବ୍ରହ୍ମପୁର ଏମ୍କେସିଜି ମେଡିକାଲ୍ରେ ଭର୍ତ୍ତି କରିଛନ୍ତି ଅଗ୍ନିଶମ କର୍ମଚାରୀ।

publive-image

ଅନ୍ୟପଟେ, ମେଲପତୁ ଗାଁ ନିକଟରେ ବିଦ୍ୟୁତ ତାର ଦୀର୍ଘ ଦିନରୁ ଓହଳି ଥିଲା। ଏନେଇ ଗାଁ ଲୋକେ ବିଦ୍ୟୁତ ବିଭାଗକୁ ଖବର ଦେଇଥିଲେ। ମାତ୍ର ବିଦ୍ୟୁତ ବିଭାଗ ଏଥିପ୍ରତି ନଜର ଦେଉନଥିବା ଗାଁ ଲୋକେ ଅଭଯୋଗ ହୋଇଛି। ଯେଉଁଥିପାଇଁ ଆଜି ଏପରି ଦୁର୍ଘଟଣା ଘଟିଛି। କ୍ଷଣକ ଭିତରେ ଚାଲି ଯାଇଛି ୧୧ ଜଣଙ୍କ ଜୀବନ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe