କନକ ବ୍ୟୁରୋ : ତିର୍ତ୍ତୋଲ ବିଧାୟକ ବିଜୟ ଶଂକର ଦାସଙ୍କୁ ବଡ ଝଟକା ଲାଗିଛି । ବିବାହ କରିବାକୁ କରିଥିବା ଆବେଦନକୁ କୋର୍ଟ ଖାରଜ କରିଛନ୍ତି । କଟକ ସବରେଜିଷ୍ଟ୍ରାର କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ବିବାହ ଆବେଦନରେ ଭୁଲ ତଥ୍ୟ ଦେଇଥିବା ଆଧାରରେ କୋର୍ଟ ଏହି ଆବେଦନକୁ ଖାରଜ କରିଛନ୍ତି । ବିଜୟ ଶଂକର ଭୁଲ ତଥ୍ୟ ଦେଇଥିବା ନେଇ କୋର୍ଟଙ୍କୁ ଅବଗତ କରାଇଥିଲେ ବାନ୍ଧବୀ ସୋମାଲିକା ।

Advertisment

ବିଜୟ ଶଂକରଙ୍କ ବିବାହକୁ ନେଇ ଦୀର୍ଘଦିନ ହେବ ମାମଲା ଲାଗି ରହିଛି । ବାନ୍ଧବୀ ସୋମାଲିକା ବିଜୟଙ୍କୁ ବିବାହ କରିଥିବା ନେଇ ବାରମ୍ବାର କହୁଥିବା ବେଳେ ବିଜୟ ଶଂକର କିନ୍ତୁ ଏହା ମିଥ୍ୟା ବୋଲି କହୁଛନ୍ତି । ଏନେଇ ଉଭୟଙ୍କ ତରଫରୁ ଦାଖଲ ହୋଇଥିବା ମାମଲା କୋର୍ଟରେ ବିଚାରଧୀନ ରହିଛି । ଏହାରି ମଧ୍ୟରେ ବିଜୟ ଶଂକର ଅନ୍ୟତ୍ର ବିବାହ କରିବାକୁ କୋର୍ଟରେ ଆବେଦନ କରିଥିଲେ । ହେଲେ ଆବେଦନରେ ବିଜୟ ଶଂକର ଭୁଲ ତଥ୍ୟ ଦେଇଥିବା ନେଇ ବାନ୍ଧବୀ ସୋମାଲିକା କୋର୍ଟଙ୍କୁ ଅବଗତ କରିଥିଲେ ।