ଜମୁଛି ଶୀତଳଷଷ୍ଠୀ । ଆଜି ବିଭିନ୍ନ ପଡାରେ ଶିବ-ପାର୍ବତୀଙ୍କ ବିବାହ । ରାତି ୧୧ଟା ପରେ ଆରମ୍ଭ ହେବ ବିବାହ ଉତ୍ସବ । ବଡ଼ି ଭୋରରେ ପଡିବ ହାତଗଣ୍ଠି, ଆସନ୍ତାକାଲି ଯୁଗଳ ମୂର୍ତ୍ତି ଦର୍ଶନ ।

477

କନକ ବ୍ୟୁରୋ: କରୋନା କଟକଣା ଭିତରେ ପାଳନ ହେଉଛି ଶୀତଳଷଷ୍ଠୀ । ଆଜି ବିଭିନ୍ନ ପଡାରେ ଶିବ-ପାର୍ବତୀଙ୍କ ବିବାହ ଅନୁଷ୍ଠିତ ହେଉଛି । ରାତି ୧୧ଟା ପରେ ଆରମ୍ଭ ହେବ ବାହାଘର ଏବଂ ବ୍ରହ୍ମ ମୁହୁର୍ତରେ ପଡିବ ହାତଗଣ୍ଠି । ନନ୍ଦପଡା ବାବା ବାଲୁଙ୍କେଶ୍ୱରଙ୍କର ମନ୍ଦିର ପରିସରରେ ଥିବା କଲ୍ୟାଣମଣ୍ଡପରେ ଏହି ବାହାଘର ଅନୁଷ୍ଠିତ ହେବ ।

ସେହିଭଳି ଝାଡୁଆପଡା ଲୋକନାଥ ବାବାଙ୍କର କଲ୍ୟାଣ ମଣ୍ଡପ, ମୋଦିପଡା ଯେଗେଶ୍ୱର ବାବାଙ୍କର ମନ୍ଦିର ପରିସରରେ ରାତି ୧୧ଟା ପରେ ବିବାହ କାର୍ଯ୍ୟ ଆରମ୍ଭ ହେବାକୁ ଥିବା ବେଳେ ବ୍ରହ୍ମ ମୁହୁର୍ତରେ ପଡିବ ହାତଗଣ୍ଠି । କରୋନା କଟକଣା ଯୋଗୁଁ କମ ଲୋକଙ୍କୁ ନେଇ ବିବାହ କାଯ୍ୟ ଅନୁଷ୍ଠିତ ହେବାରୁ ଥିବା ବେଳେ ପ୍ରଥମ ଥର ପାଇଁ ବଡବଜାର ସିତଳେସ୍ୱର ବାବାଙ୍କର ବାହାଘର ରାତି ୯ଟାରୁ ଆରମ୍ଭ ହେବ ।

ତେବେ ଆସନ୍ତାକାଲି ବେଦିରେ ଯୁଗଳ ମୂର୍ତି ଦର୍ଶନ ଦେବେ ମାତା ପାର୍ବତୀ ଓ ଶିବ । ବଡ କଥା ହେଲା କରୋନା କଟକଣା ଯୋଗୁଁ ବିନା ବାଣ ବାଜା ଏବଂ ବର ଯାତ୍ରୀ ରେ ହେବ ବାହାଘର । ବାହାଘରରେ ଅଳ୍ପ କିଛି ଲୋକଙ୍କୁ ସାମିଲ କରିବାକୁ ନିଷ୍ପତି ହୋଇଛି ।