ଆଜି ଦେବଦମ୍ପତିଙ୍କ ବିବାହ : କରୋନା କଟକଣା ଯୋଗୁଁ ସୀମିତ ସଂଖ୍ୟକ ବନ୍ଧୁବାନ୍ଧବରେ ହେବ ବାହାଘର

Advertisment
ଆଜି ଦେବଦମ୍ପତିଙ୍କ ବିବାହ : କରୋନା କଟକଣା ଯୋଗୁଁ ସୀମିତ ସଂଖ୍ୟକ ବନ୍ଧୁବାନ୍ଧବରେ ହେବ ବାହାଘର

କନକ ବ୍ୟୁରୋ : କରୋନା ମହାମାରୀ ଯୋଗୁଁ ଶୋଭାଯାତ୍ରାର ଧୁମ୍‌ଧାମ, ମେଳା, ଯାତ୍ରା ବଜାର, କିଣାବିକା, ମନୋରଂଜନ ଆଦି ୨ ବର୍ଷ ହେଲା ବନ୍ଦ ହୋଇ ଯାଇଥିଲେ ବି ଯାଇଥିଲେ ବି ସାଢ଼େ ତିନିଶହ ବର୍ଷ ପୁରୁଣା ଶୀତଳଷଷ୍ଠୀ ଯାତ୍ରାକୁ ନେଇ ସମ୍ବଲପୁରବାସୀଙ୍କ ମନରେ ଉତ୍ସାହର ଊଣା ନାହିଁ । ନିଷ୍ଠା, ଭାବ, ଭକ୍ତି ମଧ୍ୟରେ ଧରାପୃଷ୍ଠରେ ମାନବୀୟ ରୀତିନୀତିରେ ଦେବ ବିବାହର ଏହି ନିଆରା ପର୍ବ ସଂସ୍କୃତିର ସହର ସମ୍ବଲପୁରର ପରିବେଶକୁ ଆନନ୍ଦମୟ କରିଦେଇଛି।

ଗୋଟିଏ ବର୍ଷର ପ୍ରତୀକ୍ଷା ପରେ ପୁଣିଥରେ ସେହିଦିନ ଉପନୀତ ହୋଇଛି। ମଙ୍ଗଳବାର ରାତିରେ ‌ଦେବଦେବ ମହାଦେବ ମାତା ପାର୍ବତୀଙ୍କ ସହ ବିବାହ ପାଇଁ ବରବେଶରେ ବାହାରିବେ। ମଙ୍ଗଳ ରାତି ବୁଧ ପାହାନ୍ତିର ମାହେନ୍ଦ୍ର ବେଳାରେ ଜଟାଧାରୀ ମହାଦେବଙ୍କର ଜଗତ୍‌ଜନନୀ ମାତା ପାର୍ବତୀଙ୍କ ସହ ‌ହାତଗଣ୍ଠି ପଡ଼ିବ। ଏଥି ପାଇଁ ବିଭିନ୍ନ ଯାତ୍ରା କମିଟି ଓ ମାତା ପାର୍ବତୀଙ୍କୁ କନ୍ୟା ରୂପରେ ପାଇଥିବା ପରିବାର ଗୁଡ଼ିକରେ ସମସ୍ତ ପ୍ରସ୍ତୁତି ଚୂଡ଼ାନ୍ତ ହୋଇଛି। ମଙ୍ଗଳବାର ରାତିରେ ବର ଶୋଭାଯାତ୍ରା ପୂର୍ବରୁ ଦିନତମାମ ବିଭିନ୍ନ ପଡ଼ାରେ ଗଣ୍ଠାଳଫିଟା, ମାତା ପାର୍ବତୀଙ୍କ ପିତୃଳୟ ଗମନ, ହଳଦୀ, ତୈଳାଭିଷେକ, ମହା ସ୍ନାନ, ରୁଦ୍ରାଭିଷେକ, ‌ସ୍ବତନ୍ତ୍ର ଭୋଗ, ବରବେଶ, ମହାଆଳତି ଆଦି ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସର୍ବପୁରାତନ ଯାତ୍ରା କମିଟି ନନ୍ଦପଡ଼ା, ଝାଡ଼ୁଆପଡ଼ା, ମୁଦିପଡ଼ା ସମେତ ବଡ଼ବଜାର, ଠାକୁରପଡ଼ା, ବାଲିବନ୍ଧା ଆଦି ଯାତ୍ରା କମିଟି ପକ୍ଷରୁ ଏଥିପାଇଁ ସ୍ବତନ୍ତ୍ର ପ୍ରସ୍ତୁତି କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe