ସନ୍ଦେହ ଭାଙ୍ଗିଦେଲା ସମ୍ପର୍କ ! ପରକୀୟା ପ୍ରୀତି ସନ୍ଦେହରେ ସ୍ତ୍ରୀକୁ ଛୁରୀ ଭୁଷିଲା ସୈତାନ ସ୍ୱାମୀ । ରିଲ୍ସରେ ଲୁଚିଥିଲା କି ରିୟଲ ଲାଇଫର ସତ ?

1,001

କନକ ବ୍ୟୁରୋ: ସୋର ଥାନା ଅଧିନ ଖରିଦା ଗାଁର ସପନ କୁମାର କର । ଆଉ ଖରିଆ ଥାନା ଅଧିନ ଅସୁରାଳିର ମଧୁସ୍ମିତା ଦାସ । ବୈଦିକ ରୀତିନୀତି ଅନୁସାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ସାତ ଜନ୍ମର ସାଥୀ ହେବାକୁ ହାତ ଧରି ଥିଲେ । ବରଣମାଳା ପିନ୍ଧି ବେଦୀରେ ବସିଥିଲେ । ମଥାରେ ସିନ୍ଦୂର ଦେଇ ନିଜର ଅର୍ଦ୍ଦାଙ୍ଗୀନି କରିଥିଲେ । ହେଲେ ହଠାତ ବୈବାହିକ ଜୀବନରେ ତିଆରି ହୋଇଥିଲା ସନ୍ଦେହର ଝଡ । ସନ୍ଦେହର ଝଡ ଦିନେ ଏତେ ଆଗକୁ ଯାଇ ଏମିତି ଉଗ୍ର ରୂପ ନେବ ବୋଲି କେହି କେବେ କଳନା କରିନଥିଲେ । ମଧୁସ୍ମିତା ଆଖିରୁ ଲୁହ ଗଡାଉଥିବାର ଗୋଟିଏ ପରେ ଗୋଟିଏ ରିଲ୍ସ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି । ବ୍ୟକ୍ତିଗତ ଜୀବନର ଦୁଃଖକୁ ରିଲ୍ସ ମାଧ୍ୟମରେ ସୋସିଆଲ ମିଡିଆରେ ଛାଡୁଥିଲେ ମଧୁସ୍ମିତା ।

ସ୍ତ୍ରୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇବା ପାଇଁ ସ୍ୱାମୀ ରଚିଥିଲା ଷଡଯନ୍ତ୍ର । ପେସାରେ ସେଫ ଥିବା ସପନ ଛୁରୀ ଚଲାଇବାରେ ଓସ୍ତାତ ଥିଲା । ପାରିବାରିକ ଗଣ୍ଡଗୋଳକୁ ରକ୍ତରେ ଭିଜାଇବା ପାଇଁ ବ୍ୟାଗ ଭିତର ଛୁରୀ ନେଇ ପହଞ୍ଚି ଥିଲା ପୁନେରୁ ଭୁବନେଶ୍ୱର । ପତ୍ନୀ କାମ କରୁଥିବା ଅଫିସ ବାହାରକୁ ଡାକି ସିସିଟିଭି ସାମନାରେ ପ୍ରଥମେ ଚାପୁଡା ପରେ ଚାପୁଡା ମାରି ଚାଲିଥିଲା ଅଭିଯୁକ୍ତ ସ୍ୱାମୀ । ଆଉ ତାପରେ ପ୍ରତିଶୋଧ ପରାୟଣ ସ୍ୱାମୀ ହୋଇ ଯାଇଥିଲା ରକ୍ତମୁଖା । ନୃଶଂସ ଭାବେ ନିଜ ସ୍ତ୍ରୀକୁ ଛୁରୀରେ ଭୁଷି ଚାଲିଥିଲା । ଜୀବନ ବଂଚାଇବାକୁ ଗୋଡ ଧରି ଚିକ୍ରାର କରୁଥିଲେ ପତ୍ନୀ ମଧୁସ୍ମିତା ହେଲେ ଅଭିଯୁକ୍ତ ସପନ କିନ୍ତୁ ଥିଲା ନଛୋଡବନ୍ଦା । ତଳେ ପକାଇ ଜୀବନରୁ ଶେଷ କରିଦେବାକୁ କରିଥିଲା ଉଦ୍ୟମ । ପରକୀୟା ପ୍ରୀତି ସନ୍ଦେହ ଓ ପାରବାରିକ କଳହରୁ ସ୍ୱାମୀ ଏଭଳି କରିଥିବା ପୋଲିସ କହିଛି । ଅନ୍ୟପକ୍ଷରେ କୋଲ୍ଡ ବ୍ଲଡେଡ ମର୍ଡର ପାଇଁ ଏଭଳି ବ୍ୟକ୍ତି ଯୋଜନା କରି ପାରନ୍ତି ବୋଲି କହିଛନ୍ତି ମାନସିକ ରୋଗ ବିଶେଷଜ୍ଞ ।

ଗୁରୁତର ମଧୁସ୍ମିତା ଏବେ ହସ୍ପିଟାଲ ବେଡରେ ନିଜ ଜୀବନ ସହ ସଂଗ୍ରାମ କରୁଛନ୍ତି । ହସ୍ପିଟାଲ ବେଡରେ ତାଙ୍କର ଏହି ଅବସ୍ଥା ଦେଖି ଗୋଟିଏ କଥା ମନକୁ ଆସୁଛି – ଭଗବାନ ଏମିତି ସ୍ୱାମୀ କାହାକୁ ନଦିଅନ୍ତୁ ।