ପଞ୍ଚାୟତ ନିର୍ବାଚନ ପାଇଁ ବାହାଘର । କୋର୍ଟ ମ୍ୟାରେଜ ସାର୍ଟିଫିକେଟ୍ ଦେଇ ନାମାଙ୍କନ ଭରିଲେ । ପ୍ରଚାର ପୂର୍ବରୁ ବୈଦିକ ରୀତିନୀତିରେ ବାହାହେଲେ

399

କନକ ବ୍ୟୁରୋ: ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଭିନ୍ନ ରୋଚକ ଦୃଶ୍ୟ ସାମ୍ନାକୁ ଆସୁଛି । ଉଚ୍ଚ ଶିକ୍ଷିତ ଯୁବକ ଯୁବତୀ ଚାକିରି ଛାଡି ରାଜନୀତିରେ ପ୍ରବେଶ କରୁଥିବାବେଳେ । ଏହାରି ଭିତରେ ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଅଞ୍ଚଳରେ ଏକ ବାହାଘର ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ପଞ୍ଚାୟତ ନିର୍ବାଚନ ପାଇଁ ବାହାଘର । କୋର୍ଟ ମ୍ୟାରେଜ ସାର୍ଟିଫିକେଟ୍ ଦେଇ ନାମାଙ୍କନ ଭରିଲେ, ବୈଦିକ ରୀତିନୀତିରେ ବାହା ହୋଇ ପ୍ରଚାର ପାଇଁ ଯିବେ ପ୍ରାର୍ଥୀ । ଏକଥା ଶୁଣି ଆପଣମାନେ ଆଶ୍ଚର୍ଯ୍ୟ ହେଉଥିବେ ନିଶ୍ଚୟ । ହେଲେ ଏହା ସତ । ଏମିତି ଏକ ବାହାଘର ହୋଇଛି ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟରେ । ବୋହୂ ବେଶରେ ବେଦୀରେ ବସିଛନ୍ତି ଆଇତିପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ପ୍ରଭାତି ସାହୁ ।

ତେବେ ଖଲ୍ଲିକୋଟ ବ୍ଲକ ଶ୍ରୀକୃଷ୍ଣଶରଣପୁର ଗାଁର ପ୍ରଭାତି, ପୂର୍ବରୁ ଆଇତିପୁର ପଞ୍ଚାୟତର ପ୍ରଶାନ୍ତ ପଲେଇଙ୍କୁ କୋର୍ଟ ମ୍ୟାରେଜ କରିଥିଲେ । ସେଇ ମ୍ୟାରେଜ୍ ସାର୍ଟିଫିକେଟ୍ ଆଧାରରେ ସେ ଆଇତିପୁର ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ହୋଇଛନ୍ତି । ଆଉ ପ୍ରଚାର କରିବାକୁ ଯିବା ଆଗରୁ ବୈଦିକ ରୀତିନୀତିରେ ବାହା ହୋଇଛନ୍ତି ପ୍ରଭାତି ଓ ପ୍ରଶାନ୍ତ । ଅସଲ କଥା ହେଲା, ପ୍ରଶାନ୍ତ ନିଜେ ସରପଞ୍ଚ ପ୍ରାର୍ଥୀ ହେବାକୁ ଚାହୁଁଥିଲେ, କିନ୍ତୁ ପଞ୍ଚାୟତଟି ମହିଳାଙ୍କ ପାଇଁ ସଂରକ୍ଷିତ ହୋଇଥିବାରୁ ସେ, ପତ୍ନୀ ପ୍ରଭାତିଙ୍କୁ ପ୍ରାର୍ଥୀ କରିଛନ୍ତି । ୭ଟି ଗାଁକୁ ନେଇ ଗଠିତ ଆଇତିପୁର ପଞ୍ଚାୟତରେ ଦୁଇ ଜଣ ସରପଞ୍ଚ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି ।