କନକ ବ୍ୟୁରୋ: ମହଙ୍ଗା ହେଉଛି ବାହାଘର । ଦେଶରେ ବଢ଼ିବାରେ ଲାଗିଛି ବାହାଘର ଖର୍ଚ୍ଚ । କରୋନା ମହାମାରୀ ଜନିତ କଟକଣା ପାଇଁ ୨୦୨୦ ଏବଂ ୨୦୨୧ ମସିହାରେ ଅପେକ୍ଷାକୃତ କମ୍ ସଂଖ୍ୟକ ବାହାଘର ହୋଇଥିଲା । କିନ୍ତୁ ୨୦୨୨ ମସିହାରେ ବିବାହ ସଂଖ୍ୟା ବଢ଼ିଛି । କେବଳ ସଂଖ୍ୟା ନୁହେଁ, ଖର୍ଚ୍ଚ ମଧ୍ୟ ବଢ଼ିଯାଇଛି । ବିବାହ ପ୍ରଯୁକ୍ତି ପ୍ଲାଟଫର୍ମ ୱେଡିଂଓୟାର ଇଣ୍ଡିଆ ତଥ୍ୟରୁ ଏହା ଜଣାପଡିଛି । ୱେଡିଂଓୟାର ଇଣ୍ଡିଆର ବିପଣନ ମୁଖ୍ୟ ଅନାମ ଜୁର୍ବେ କହିଛନ୍ତି, ୨୦୨୦ ଏବଂ ୨୦୨୧ରେ କରୋନା ମହାମାରୀଜନିତ କଟକଣା ପାଇଁ ଅନେକଙ୍କ ବାହାଘର ହୋଇ ପାରି ନଥିଲା । ତେଣୁ ସେମାନେ ୨୦୨୨କୁ ଅପେକ୍ଷା କରିଥିଲେ । ବାହାଘର ଉତ୍ସବକୁ ସ୍ମରଣୀୟ କରିବା ପାଇଁ ଅନେକ ପ୍ରସ୍ତୁତି ହୋଇଥିଲେ ମଧ୍ୟ ପୂର୍ବରୁ ଖର୍ଚ୍ଚ ପାଇଁ ରଖାଯାଇଥିବା ବଜେଟରେ ସେତେଟା ପରିବର୍ତ୍ତନ ଅଣାଯାଇ ନଥିଲା ବୋଲି ସେ କହିଛନ୍ତି ।
- ୨୦୨୧ରେ ବାହାଘରର ହାରାହାରି ଖର୍ଚ୍ଚ ୨୧ ଲକ୍ଷ ଥିଲା
- ୨୦୨୨ରେ ବାହାଘର ଖର୍ଚ୍ଚ ୨୮ ଲକ୍ଷରେ ପହଞ୍ଚିଛି!
- ୨୦୨୧ ତୁଳନାରେ ୨୦୨୨ରେ ୩୩.୩୩% ଖର୍ଚ୍ଚ ବୃଦ୍ଧି
- ବିବାହ ଉତ୍ସବକୁ ସୀମିତ ସଂଖ୍ୟକ ଲୋକଙ୍କୁ ନେଇ ହୋଇଛିି
- ୬୦.୨୧ % ବାହାଘର ୧୦୦ ଜଣରୁ କମ୍ ଅତିଥିଙ୍କୁ ନେଇ ହୋଇଛି
- କେବଳ ୧୩ % ବାହାଘର ୩୦୦ରୁ ଅଧିକ ଅତିଥିଙ୍କୁ ନେଇ ହୋଇଛି
- ୨୦୨୦-୨୦୨୧ରେ କରୋନା କଟକଣା ପାଇଁ ଅନେକ ବାହାଘର ହୋଇପାରି ନଥିଲା
- ୨୦୨୨ରେ ଅନେକ ବାହାଘର ଧୁମଧାମରେ ହୋଇଛି
- ୨୦୨୨ରେ ଡିସେମ୍ବର ମାସରେ ଅଧିକ ବାହାଘର ହୋଇଥିଲା
- ବର୍ଷକର ମୋଟ ବିବାହ ମଧ୍ୟରୁ ୨୧.୫% ଡିସେମ୍ବରରେ ହୋଇଥିଲା
- ଏହା ପଛକୁ ଫେବ୍ରୁଆରିରେ ୧୫.୪୯% ହୋଇଥିଲା
- ତାରିଖ ହିସାବରେ ଡିସେମ୍ବର ୨ରେ ସବୁଠୁ ଅଧିକ ବାହାଘର ହୋଇଥିଲା
- ବାର ହିସାବରେ ଦେଖିଲେ ରବିବାର ସବୁଠୁ ଅଧିକ ବାହାଘର ହୋଇଥିଲା
- ୨୦% ଲୋକ ରବିବାର ଦିନ ବାହା ହେବାକୁ ପସନ୍ଦ କରିଛନ୍ତି
- ଏହା ପଛକୁ ଶୁକ୍ରବାର ୧୯.୭% ରହିଛି
- ବଡ଼ ସହର ମଧ୍ୟରେ ଦିଲ୍ଲୀରେ ସବୁଠୁ ଅଧିକ ବାହାଘର ହୋଇଛି
- ଦିଲ୍ଲୀ ପଛକୁ ବେଙ୍ଗାଲୁରୁ ଓ ମୁମ୍ବାଇ ରହିଛି
- ୨୦୨୦ ମସିହାରେ ମଧ୍ୟ ଦିଲ୍ଲୀରେ ସର୍ବାଧିକ ବାହାଘର ହୋଇଥିଲା
- ତ୍ରିପୁରା, ସିକ୍କିମ ଏବଂ ଇମ୍ଫାଲରେ ସବୁଠୁ କମ୍ ସଂଖ୍ୟକ ବାହାଘର ରହିଛି