କନକ ବ୍ୟୁରୋ: ବାତ୍ୟା ଭାଙ୍ଗିଦେଲା ବାହାଘର । ଏଭଳି ଘଟଣା ଦେଖିବାକୁ ମିଳିଛି ପୁରୀରେ । ଫୋନିରେ ପୁରୀରେ ବ୍ୟାପକ କ୍ଷୟକ୍ଷତି ହୋଇଛି । ଲୋକେ ଖୋଲା ଆକାଶ ତଳେ ଆଶ୍ରୟ ନେଇଛନ୍ତି । ଆଉ ଏହି ଫୋନି ସାମାଜିକ ଜୀବନ ଉପରେ ବି ପ୍ରଭାବ ପକାଇଛି । ଅନେକ ପରିବାରର ବାହାଘର ଭାଙ୍ଗିଯାଇଛି ।
ଫୋନି ଏହି ପରିବାରର କେବଳ ଘର ଭାଙ୍ଗିନାହିଁ । ବରଂ ଝିଅ ବାହାଘର ପାଇଁ ଅଣାଯାଇଥିବା ଆସାବାବପତ୍ର ଓ ଅନ୍ୟ ସାମଗ୍ରୀକୁ ବି ନଷ୍ଟଭ୍ରଷ୍ଟ କରିନେଇଛି । ଘର ଉଜୁଡିଯାଇଛି । ବାହାଘର ଭାଙ୍ଗିଯିବା ପରେ ପରିବାର ଲୋକେ ଭାଙ୍ଗିପଡିଛନ୍ତି । କେବେଳ ଗୋଟିଏ କି ଦୁଇଟି ନୁହେଁ ପୁରୀରେ ପ୍ରାୟ ଅନେକ ବାହାଘର ଭାଙ୍ଗିଯାଇଛି । ଅନେକଙ୍କ ସ୍ୱପ୍ନ ଉଜୁଡିଯାଇଛି ।
ଖାଲି ବିବାହ ନୁହେଁ ପ୍ରଳୟଙ୍କରୀ ବାତ୍ୟା ଚାଲିଯିବା ପରେ ଭଙ୍ଗା ଘରେ ସ୍ମୃତି ଖୋଜୁଛନ୍ତି ପ୍ରଭାବିତ । ବାତ୍ୟା ଫୋନିରେ ଘର ଭାଙ୍ଗିଯିବାରୁ ଘରେ ଥିବା ସମସ୍ତ ସାମଗ୍ରୀ ନଷ୍ଟ ହୋଇଯାଇଛି । ପରିବାରର ଅନ୍ୟମାନଙ୍କ ଭଳି ନିଜର ଅତି ପ୍ରିୟ ପାଠପଢ଼ା ସାମଗ୍ରୀକୁ ସଜାଡୁଛି କୁନି ଛାତ୍ରୀ । ସେ ତାର ଓଦା ହୋଇଯାଇଥିବା ଖାତା ଓ ବହିକୁ ଶୁଖାଇବାରେ ଲାଗିପଡିଛି । ହେଲେ ଖାତା ଓ ବହିର ଅବସ୍ଥା ଏଭଳି ହୋଇଛି ତାକୁ କେମିତି ସଜାଡିବ ତାହା ବୁଝିପାରୁନି । ଫର୍ଦ ଫର୍ଦ ହୋଇଯାଇଛି ଖାତା-ବହି । ବର୍ଷ ଆରମ୍ଭରୁ ବହି ନଷ୍ଟ ହୋଇଯାଇଥିବାରୁ କେମିତି ପାଠ ପଢ଼ିବ ସେକଥା ବୁଝିପାରୁନି ଏହି କୁନି ଛାତ୍ରୀ । ଏ କେବଳ ଜଣଙ୍କର କଥା । କିନ୍ତୁ ବାତ୍ୟା ଫୋନି ଏହି ଭଳି ହଜାର ହଜାର ଛାତ୍ରଛାତ୍ରୀଙ୍କ ବହି ଖାତା ଉଜାଡି ଦେଇଛି ।
/kanak/media/agency_attachments/2024-07-23t061209958z-vpn68eiq1eknckql8r0y.jpg)
/kanak/media/post_attachments/wp-content/uploads/2019/05/MARRIGE.jpg)
/kanak/media/post_attachments/wp-content/uploads/2019/05/vlcsnap-2019-05-13-13h12m34s449-300x220.png)
/kanak/media/post_attachments/wp-content/uploads/2019/05/fani3-1-1-300x200.jpg)