ଗାଁକୁ ରାସ୍ତା ନହେବା ପର୍ଯ୍ୟନ୍ତ ବିବାହ କରିବିନି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯୁବତୀ ।

ଗାଁକୁ ରାସ୍ତା ନହେବା ପର୍ଯ୍ୟନ୍ତ ବିବାହ କରିବିନି । କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଯୁବତୀ ।

କନକ ବ୍ୟୁରୋ : ରାସ୍ତା ଖରାପ ପାଇଁ ହୋଇପାରୁନି ବିବାହ, ପୁଅ ଘର ବିବାହ କରିବାକୁ ରାଜି ହେଉନାହାନ୍ତି । କିଛି ଏଭଳି କଥା ଜଣେ ଯୁବତୀ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇଛନ୍ତି । ଦେଶର ବିଭିନ୍ନ ସ୍ଥାନରେ, ବିଶେଷକରି ଗ୍ରାମାଞ୍ଚଳରେ ଖରାପ ରାସ୍ତାକୁ ନେଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଥାଏ । ତେବେ କର୍ଣ୍ଣାଟକରେ ଜଣେ ଯୁବତୀ ଗାଁର ଖରାପ ରାସ୍ତାକୁ ନେଇ ଏକ ନିଆରା ବିରୋଧ ପ୍ରଦର୍ଶନ କରିଛନ୍ତି। ଏହି ଯୁବତୀ ଜଣକ ଶପଥ ନେଇଛନ୍ତି ଯେ ତାଙ୍କ ଗାଁରେ ରାସ୍ତା ନିର୍ମାଣ ନହେବା ପର୍ଯ୍ୟନ୍ତ ସେ ବିବାହ କରିବେ ନାହିଁ।

ଏହି ୨୬ ବର୍ଷର ଯୁବତୀଙ୍କ ନାମ ବିନ୍ଦୁ ହୋଇଥିବାବେଳେ ସେ ପେସାରେ ଜଣେ ଶିକ୍ଷୟିତ୍ରୀ । କର୍ଣ୍ଣାଟକ ଦେବନାଗରୀ ଜିଲ୍ଲାର ଏଚ୍ ରାମପୁରା ଗାଁର ବିନ୍ଦୁ ମୁଖ୍ୟମନ୍ତ୍ରୀ ବାସବରାଜ ବମ୍ମାଇଙ୍କୁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ବିନ୍ଦୁ ଲେଖିଛନ୍ତି ଯେ ଖରାପ ରାସ୍ତା ଯୋଗୁଁ ଗାଁର ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଖରାପ ରାସ୍ତା ପାଇଁ ଆମମାନଙ୍କ ମଧ୍ୟରୁ ଅନେକଙ୍କ ବିବାହ ମଧ୍ୟ ହୋଇପାରୁନାହିଁ । କାରଣ ବାହାର ଲୋକ ଭାବନ୍ତି ଯେ ଏଠାରେ ରାସ୍ତା ଭଲ ନଥିବାରୁ ପିଲାମାନେ ସେତେ ଶିକ୍ଷିତ ନଥିବେ ।

ଆଉ ଏବେ ବିନ୍ଦୁଙ୍କ ଏହି ଚିଠି ଉପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ମଧ୍ୟ ଏକ ଉତ୍ତର ଆସିଛି। ସିଏମଓ କାର୍ଯ୍ୟାଳୟର ଅଧିକାରୀମାନେ ବିନ୍ଦୁଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ ଶୀଘ୍ର ଗାଁ ରାସ୍ତା ମରାମତି କରିବେ। ସିଏମଓ ପକ୍ଷରୁ ଗ୍ରାମ୍ୟ ଉନ୍ନୟନ ଏବଂ ପଞ୍ଚାୟତିରାଜ ବିଭାଗକୁ ଏହି କାର୍ଯ୍ୟକୁ ଶୀଘ୍ର କରିବା ପାଇଁ କୁହାଯାଇଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe